ଗହୀରମଥାରେ ଅଲିଭରିଡଲେ କଇଁଛଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ: ନଭେମ୍ବର ପହିଲାରୁ ସାମୁଦ୍ରିକ ଅଭୟାରଣ୍ୟରେ ଲାଗୁ ହେବ କଟକଣା 

58

କନକ ବ୍ୟୁରୋ: କେନ୍ଦ୍ରାପଡା ଜିଲ୍ଲା ରାଜନଗରର ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାରେ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଭାବେ ପରିଚିତ । ବିରଳ ଅଲିଭରିଡଲେ କଇଁଛଙ୍କ ଆଗମନ ପ୍ରଜନନ, ଅଣ୍ଡା ଦେବା ଓ ଛୁଆବାହାରିବା ଯାଏଁ ନଭେମ୍ବର ୧ ରୁମଇ ୩୧ ଯାଏଁ ଦୀର୍ଘ ୭ମାସ ଧରି ଗହୀର ମଥାରେ ପ୍ରତିବର୍ଷ କଟକଣା ଜାରି ହୋଇଥାଏ । କିନ୍ତୁ ଚଳିତ ବର୍ଷ କଇଁଛ ସୁରକ୍ଷା ମିଶନ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ନଭେମ୍ବରରୁ କଇଁଛ ଋତୁ ଆରମ୍ଭ ହେଉଥିବା ବେଳେ ପାଟ୍ରୋଲିଂ ପାଇଁ ବନବିଭାଗ ପାଖରେ ଥିବା ଦୁଇଟି ହାଇସ୍ପିଡବୋଟ ଗହୀରମଥା-୧, ୨ ଅଚଳ ହୋଇ ପଡିଛି । ମରାମତି ପାଇଁ ଆର୍ôଥକ ଅନୁଦାନ ନଥିବାରୁ ଓ ସ୍ଥାନୀୟ ଅଂଚଳରେ ମେକାନିକ ମିଳୁନଥିବାରୁ ଦୀର୍ଘ ଦିନ ହେଲା ହାଇସ୍ପିଡ ବୋଟ ମରାମତି କରାଯାଇ ପାରୁନି ।  ନଭେମ୍ବର ୧ ରୁକଇଁଛସୁରକ୍ଷା ପାଇଁସମୁଦ୍ରର ଅଥଳ ଜଳରାଶିରେକିପରି ପାଟ୍ରୋଲିଂହେବ  ଓ ବେଆଇନ ଭାବେମାଛମାରୁଥିବା ଉଚ୍ଚ ଶକ୍ତି ସମ୍ପନ୍ନ ଟ୍ରଲରକୁକିପରି ଧରାଯିବ, ତାହାଏବେଚିନ୍ତାରକାରଣ ପାଲଟିଛି ।

ରାଜନଗର ବନବିଭାଗର ଦୁଇଟି ହାଇସ୍ପିଡ ବୋଟ୍ ଅଢେଇ ବର୍ଷ ହେଲା ଅଚଳ ହୋଇପଡିଛି । ଏପଟେ ନଭେମ୍ବର ପହିଲାରୁ ଅଲିଭରିଡଲେ କଇଁଛଙ୍କ ପ୍ରଜନନ ପାଇଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ କଟକଣା ଲାଗିବାକୁ ଯାଉଛି । ପାଟ୍ରୋଲିଂ ପାଇଁ ବନବିଭାଗ ପାଖରେ ବୋଟ ନଥିବାରୁ କଇଁଛ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୪୩୫ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସହ ଧାମରା ମୁହାଁଣରୁ ଦେବୀ ମୁହାଁଣ ଯାଏଁ ୧୬୦ କିଲୋମିଟର ପର୍ଯ୍ୟନ୍ତ ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି ହେବ  ।

ବିରଳ ଅଲିଭରିଡଲେ କଇଁଛ ଅଣ୍ଡା ଦେବା ଓ ଛୁଆବାହାରିବା ଯାଏଁ ନଭେମ୍ବର ୧ ରୁମଇ ୩୧ ଯାଏଁ ଦୀର୍ଘ ୭ମାସ ଧରି କଟକଣା ଲାଗିଥାଏ । ଏହି ସମୟରେ ଟ୍ରଲର, ବୋଟ, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛ ଧରା ଉପରେ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଇଥାଏ । କିନ୍ତୁ ବନବିଭାଗ ପାଖରେ ପାଟ୍ରୋଲିଂ ପାଇଁ ଥିବା ବୋଟ ଅଚଳ ହୋଇପଡିରହିଛି । ତେଣୁ କଟକଣା ସତ୍ୱେ ନିଷିଦ୍ଧାଂଚଳରେ ଟ୍ରଲର ପଶି ମାଛ ମାରିବେ ଓ ଶହ ଶହ ଅଲିଭରିଡେଲ କଇଁଛଙ୍କ ମୃତ୍ୟୁର କାରଣ ପାଲଟିବେ ବୋଲି ଆଶଙ୍କା କରାଯାଉଛି ।

୨୦୧୬ ମସିହାରେ ୪କୋଟି ଟଙ୍କା ବ୍ୟୟରେ ବନ ବିଭାଗ ପାଖକୁ ଆସିଥିଲା ଏହି ୨ଟି ହାଇସ୍ପିଡ ବୋଟ । ୨୦୧୭ ମସିହାରେ ହାଇସ୍ପିଡ ବୋଟ ପାଟ୍ରୋଲିଂରେ ସାମିଲ ହେବା ପରେ ବୋଟ ଜବତ ହାର ଦୁଇ ଗୁଣ ବୃଦ୍ଧି ପାଇଥିଲା । ମାତ୍ର ଅଢେଇ ବର୍ଷ ହେଲା ଗହୀରମଥା-୧, ଗହୀରମଥା ୨ ହାଇସ୍ପିଡ ବୋଟ ସମ୍ପୂର୍ଣ୍ଣ ଅଚଳହୋଇ ପଡିଛି । ଏଭଳି ସ୍ଥିତିରେ କିଭଳି କଇଁଛ ସୁରକ୍ଷା ହେବ ତାହା ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ବନବିଭାଗ ଅଧିକାରୀ କହିଛନ୍ତି ତୁରନ୍ତ ବୋଟ ସଜାଡି ପାଟ୍ରୋଲିଂ କରାଯିବ ।

ବନବିଭାଗ ପାଖରେ ପାଟ୍ରୋଲିଂ ପାଇଁ ବୋଟ ନଥିବା ଖବର ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀଙ୍କ ପାଖରେ ଥିବା ସୂଚନା ମିଳିଛି । ତେଣୁ କଟକଣା ସତ୍ୱେ ଟ୍ରଲର ଗୁଡିକ ବେଧଡକ ଭାବେ ନିଷିଦ୍ଧାଂଚଳରେ ପଶି ମାଛ ମାରିବେ ବୋଲି ଆଶଙ୍କା ପ୍ରକାଶ ପାଇଛି ।