କନକ ବ୍ୟୁରୋ : କିଛି ଦିନ ପୂର୍ବରୁ ମଥୁରାରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଆଗରେ ପରିଚୟ ଦେଇ ସେ କହିଥିଲେ ସେ ହେଉଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ । ଏହି ଘଟଣାକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଏହାସହ କେତେ ଦିନ ଯାଏ ନିର୍ଯାତନା ସହିବେ ବୋଲି ମୋଦୀଙ୍କୁ ଶଙ୍କରାଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

Advertisment

କିଛି ଦିନ ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ମଥୁରାର କୃଷ୍ଣ ଜନ୍ମଭୂମିରେ ପୂଜାର୍ଚ୍ଚନା କରାଇଥିଲେ ସ୍ୱାମୀ ଅଧୋକ୍ଷାଜାନନ୍ଦ । ଏହି ସମୟରେ ସ୍ଥାନୀୟ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀମାନେ ଅଧୋକ୍ଷାଜାନନ୍ଦଙ୍କୁ ସ୍ୱାଗତ କରିଥିଲେ । ଆଉ ସେଠାରେ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟର ପରିଚୟ ଦେଇଥିଲେ ଅଧୋକ୍ଷାଜାନନ୍ଦ । ଏହାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ଉପରେ ଖପ୍ପା ହୋଇଛନ୍ତି ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।