ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ ମିଳିବ ୩ଟି ଗ୍ୟାସ: ୫ କେଜିଆ ସିଲିଣ୍ଡର ବ୍ୟବହାର କରୁଥିବା ଗରିବ ଲୋକଙ୍କୁ ୮ଥର ମାଗଣାରେ ମିଳିବ ଗ୍ୟାସ

Advertisment
ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ ମିଳିବ ୩ଟି ଗ୍ୟାସ: ୫ କେଜିଆ ସିଲିଣ୍ଡର ବ୍ୟବହାର କରୁଥିବା ଗରିବ ଲୋକଙ୍କୁ ୮ଥର ମାଗଣାରେ ମିଳିବ ଗ୍ୟାସ

କନକ ବ୍ୟୁରୋ: କରୋନା ମହାମାରୀ ପରିପ୍ରେକ୍ଷୀରେ ଲକଡାଉନ୍ କାର୍ଯ୍ୟକାରୀ ହେବାର ପରଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଗରିବ ଲୋକଙ୍କ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା (ପିଏମ୍ୟୁୱାଇ) ରେ ୧୪.୨ କିଗ୍ରା ଗ୍ୟାସ ବ୍ୟବହାର କରୁଥିବା ହିତାଧିକାରୀମାନଙ୍କୁ ଏପ୍ରିଲରୁ ଜୁନ୍ ମଧ୍ୟରେ ୩ଟି ଗ୍ୟାସ ମାଗଣାରେ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଥିଲେ। କିନ୍ତୁ ଏହି ଯୋଜନାରେ ୫ କିଲୋ ବିଶିଷ୍ଟ ସିଲିଣ୍ଡର ବ୍ୟବହାର କରୁଥିବା ହିତାଧିକାରୀମାନଙ୍କୁ କେତୋଟି ଗ୍ୟାସ ମିଳିବ ସେ ନେଇ ଦ୍ବନ୍ଦ୍ବ ରହିଥିଲା।

ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ଏହି ଦ୍ବନ୍ଦ୍ବକୁ ଦୂର କରାଯାଇଛି। ମନ୍ତ୍ରାଳୟର ଜଣେ ପ୍ରବକ୍ତା କହିଛନ୍ତି, ଏପ୍ରିଲରୁ ଜୁନ୍ ମଧ୍ୟରେ କରୋନା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୫ କେଜିଆ ସିଲିଣ୍ଡର ବ୍ୟବହାର କରୁଥିବା ଗରିବ ଲୋକଙ୍କୁ ୮ଥର ଗ୍ୟାସ ମାଗଣା ମିଳିବ। ଯେଉଁମାନେ ୫ କେଜିଆ ରନ୍ଧନ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି ସେମାନଙ୍କୁ ଏପ୍ରିଲରୁ ଜୁନ୍ ମଧ୍ୟରେ ଏହି ଗ୍ୟାସ ଯୋଗାଇ ଦିଆଯିବ ବୋଲି ଅଧିକାରୀ ଜଣକ କହିଛନ୍ତି।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗରିବ ଲୋକମାନେ ଯେଭଳି ମାଗଣାରେ ଏଲପିଜି ପାଇପାରିବେ ସେଥିପାଇଁ ତୈଳ ମନ୍ତ୍ରାଳୟ ପକ୍ଷରୁ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ଏପର୍ଯ୍ୟନ୍ତ ୫୬୦୬ କୋଟି ଟଙ୍କା ସ୍ଥାନାନ୍ତର କରାଯାଇ ସାରିଲାଣି। ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ୭୧ ନିୟୁତରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଏହି ଟଙ୍କା ପଠାଯାଇଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ୨୦୧୬ ମେ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ଶୁଭାରମ୍ଭ ଉତ୍ତର ପ୍ରଦେଶର ବଲିୟାରୁ କରିଥିଲେ। ସେହି ସମୟରେ ୫୦ ନିୟୁତ ଗରିବ ପରିବାରୁ ମାଗଣା ରନ୍ଧନ ଗ୍ୟାସ ସଂଯୋଗ ଦେବା ଲାଗି ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଲକ୍ଷ୍ୟକୁ ୮୦ ନିୟୁତକୁ ବଢ଼ାଯାଇଥିଲା। ତେବେ ଲକଡାଉନ୍ ଦିନଠାରୁ ଦେଶରେ ଗ୍ୟାସ କମ୍ପାନି ଗୁଡ଼ିକ ଦୈନିକ ୫୦ରୁ ୬୦ ଲକ୍ଷ ସିଲିଣ୍ଡର ଗ୍ରାହକଙ୍କୁ ପ୍ରଦାନ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe