ହୋସ ଉଡାଇଲା ବିଦ୍ୟୁତ ବିଲ : ୭ ମାସରେ ଆସିଲା ୫୮ ଲକ୍ଷରୁ ଅଧିକ ଟଙ୍କାର ବିଲ୍ । କେମିତି ଦେବେ ଚିନ୍ତାରେ ସୁନ୍ଦରପଦା ଅଚଂଳର ପ୍ରସନ୍ନ । ପଦାକୁ ଆସିଲା ବିଦ୍ୟୁତ କର୍ତ୍ତୃପକ୍ଷଙ୍କ ବେପରୁଆ ନୀତି

1,228

କନକ ବ୍ୟୁରୋ : ହୋସ ଉଡାଇଲା ବିଜୁଳି ବିଲ୍ । ୭ ମାସରେ ଆସିଲା ୫୮ ଲକ୍ଷ ୮୫ ହଜାର ଟଙ୍କାର ବିଜୁଳି ବିଲ୍ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଭୁବନେଶ୍ୱର ଏୟାରଫିଲଡ ଥାନା ପାଂଚ ଗାଁର ପ୍ରସନ୍ନ ନାୟକ ଏହି ବିଲ୍ ଧରାଇଛି ନୂଆ କରି ଦାୟିତ୍ୱ ନେଇଥିବା ଟାଟା ପାୱାର । ଖବର ଅନୁସାରେ, ପଂଚ ଗାଁର ପ୍ରସନ୍ନ ନାୟକ ଓ ତାଙ୍କ ପତ୍ନୀଙ୍କ ଦୃଷ୍ଟିଶକ୍ତି ନାହିଁ । ଆର୍ଥିକ ଅବସ୍ଥା ବି ସ୍ୱଚ୍ଛଳ ନୁହେଁ । ସେପେଟମ୍ବର ମାସରେ ପ୍ରସନ୍ନଙ୍କ ଘରକୁ ୧୮ ହଜାର ୮ ଶହ ୪୫ ଟଙ୍କାର ବିଲ୍ ଆସିଥିଲା । ପରେ ଏ ନେଇ ସୁନ୍ଦରପଦା ବିଦ୍ୟୁତ ସେକ୍ସନରେ ଅଭିଯୋଗ କରିବା ପରେ ୯ ହଜାର ୭ ଶହ ଟଙ୍କାରେ ବିଦ୍ୟୁତ କର୍ତୃପକ୍ଷ ବିବାଦର ସମାଧାନ କରିଥିଲେ । ଡିସେମ୍ବର ମାସରେ ନୂଆ ମିଟର ବସିଥିଲା ନୂଆ ମିଟର ବସିବା ପରେ ଜାନୁଆରୀ ମାସରୁ ବିଲ୍ ଆସିନଥିଲା । ଏବେ ଜୁଲାଇରେ ଆସିଥିବା ବିଲ ସମସ୍ତଙ୍କ ହୋସ ଉଡାଇଦେଇଛି ।

ଏକା ଥରକେ ଆସିଛି ୫୮ ଲକ୍ଷ ୮୫ ହଜାର ୯ ଶହ ୯୮ ଟଙ୍କାର ବିଦ୍ୟୁତ ବିଲ୍ । ସାତମାସରେ ୨୩୧ ୟୁନିଟ ବିଦ୍ୟୁତ ଖର୍ଚ୍ଚ ହୋଇଥିବାବେଳେ ଏଭଳି ବିଲ ଆସିବା ନେଇ ଅନେକ ପ୍ରଶ୍ନ ଉଠିଛି । ଆର୍ଥିକ ସ୍ୱଚ୍ଛଳ ଠିକ ନଥିବା ପ୍ରସନ୍ନଙ୍କ ଦୁଇଟି ଫ୍ୟାନ ଓ ୪ଟି ଏଲଇଡି ବଲବ ଜଳୋ ଏପିରିକି ଘରେ ଟିଭି ଓ ଫ୍ରିଜ ମଧ୍ୟ ନାହିଁ । ଏଭଳି ବିଲ ନେଇ ଏବେ ପ୍ରଶ୍ନ ଉଠିଛି । କେଉଁ ଆଧାରରେ ଏଭଳି ବିଲ ଆସିଲା ସେ ନେଇ କର୍ତୃପକ୍ଷ ଉତର ରଖନ୍ତୁ ବୋଲି ବିଦ୍ୟୁତଗ୍ରାହକ ଦାବି କରିଛନ୍ତି ।