ପ୍ରଥମ ଥର ପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପିରୁ ବାହାରେ ପ୍ରଚାର କରିଛନ୍ତି । ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଆସାମର ସିଲଚରରେ ରୋଡ ସୋ’ କରିଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି । ପ୍ରିୟଙ୍କାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ତଥା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହରିଶ ରାୱତ ସହ ବହୁ କଂଗ୍ରେସ ନେତାଙ୍କୁ ଦେଖିବାକୁ ମିଳିଛି । ସିଲଚରର କଂଗ୍ରେସର ମହିଳା ପ୍ରାର୍ଥୀ ସୁସ୍ମିତା ଦେବଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରିୟଙ୍କା ।
ୟୁପିର ପୂର୍ବାଂଚଳ ଦାୟିତ୍ୱରେ ଥିବା ପ୍ରିୟଙ୍କାଙ୍କୁ ସାରା ଦେଶରେ ଷ୍ଟାର କ୍ୟାମ୍ପେନର ଭାବେ ମୈଦାନକୁ ଓହ୍ଲାଇବାକୁ କଂଗ୍ରେସ ଯୋଜନା ରଖିଛି । ଆଉ ଏହାର ପ୍ରମାଣ ଆଜି ଆସମର ସିଲଚରରେ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଉତ୍ତର ପ୍ରଦେଶ ବାହାରେ ପ୍ରିୟଙ୍କାଙ୍କ ପ୍ରଚାର କଂଗ୍ରେସକୁ କେତେ ଫାଇଦା ପହଂଚାଇବ ତାହା ସମୟ କହିବ । ଲୋକଙ୍କ ଭିତରେ ପ୍ରିୟଙ୍କାଙ୍କ ଗ୍ରହଣୀୟତା ଅଧିକ ଥିବାବେଳେ କଂଗ୍ରେସ କର୍ମୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଠାରେ ଇନ୍ଦିରାଙ୍କ ଛବି ଦେଖୁଥିବାରୁ ଏହାର ଫାଇଦା ନେବାକୁ ଉଦ୍ୟମ କରୁଛି କଂଗ୍ରେସ । ସିଲଚରକୁ ପ୍ରିୟଙ୍କା ଗାନ୍ଧୀଙ୍କ ଆସିବା ଓ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା କଂଗ୍ରେସର ବିଜୟକୁ ସହଜ କରିବ ବୋଲି ଚାଚର ଜିଲ୍ଲା କମିଟିର ସାଧାରଣ ସଂପାଦକ ଅଭିଜିତ୍ ପାଲ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/priyanka-gandhi-in-ayodhya_6c905df6-5e01-11e9-aa5c-e004eddcd1be.jpg)
/kanak/media/post_attachments/wp-content/uploads/2019/04/1554569045-Priyanka_Gandhi_PTI-300x225.jpg)