ବଣଭୋଜି କରିବାକୁ ଆସି ନଦୀରେ ବୁଡିଗଲେ ୩ ସାଙ୍ଗ । ଜଣଙ୍କର ମୃତ ଦେହ ଉଦ୍ଧାର । ଅନ୍ୟ ୨ ଜଣଙ୍କୁ ଖୋଜୁଛି ଅଗ୍ନିଶମ ବିଭାଗ

1,523

କନକ ବ୍ୟୁରୋ : ରାଉରକେଲା ଜମସେରା ଅଞ୍ଚଳରେ ଭୋଜି କରିବାକୁ ଆସି ୩ ଜଣ ସାଙ୍ଗ ନଦୀରେ ଗାଧୋଉଥିବା ବେଳେ ବୁଡିଯାଇଥିଲେ। ଏହାକୁ ନେଇ ଅନ୍ୟ ସାଙ୍ଗମାନେ ଅଗ୍ନିସମ ବାହିନୀକୁ ସୂଚନା ଦେବା ପରେ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଂଚି ଅନେକ ଖୋଜା ଖୋଳି କରିବା ପରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ୨ ଜଣ ଏବେ ବି ନିଖୋଜ ଅଛନ୍ତି ।

ସୂଚନା ମୁତାବକ ରାଉରକେଲାର ଜମସେରା ଦେଇ ପ୍ରବାହିତ ହେଉଥିବା କୋଏଲ ନଦୀ ଘାଟକୁ କିଛି ପିଲା ବଣଭୋଜି କରିବାକୁ ଆସିଥିଲେ। ସେଠରେ ସେମାନେ ବଣଭୋଜି କରୁଥିବା ବେଳେ ତା ମଧ୍ୟରୁ ୩ ଜଣ ନଦୀକୁ ଗାଧୋଇବାକୁ ଆସି ନଦୀରେ ବୁଡି ଯାଇଥିଲେ । ଏହାକୁ ଦେଖି ଅନ୍ୟ ସାଙ୍ଗମାନେ ସଂଗେ ସଂଗେ ଅଗ୍ନିସମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିସମ ବାହିନୀ ସେଠାରେ ପହଂଚି ଅନେକ ଖୋଜା ଖୋଜି କରିବା ପରେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଏବେ ଅନ୍ୟ ୨ ଜଣ ନିଖୋଜ ଥିବା ବେଳେ ଅଗ୍ନିସମ ବାହିନୀ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି ।