ମୋଦିଙ୍କୁ ନେଇ ବଡ ବୟାନ ଦେଲେ ରାହୁଲ । କହିଲେ, ବିମୁଦ୍ରାକରଣ ସମୟରେ ନିଜର କ୍ୟାବିନେଟ ମନ୍ତ୍ରୀଙ୍କୁ ଘରେ ବନ୍ଦ କରି ରଖିଥିଲେ ମୋଦି ।

199

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ରାଡାର ବୟାନକୁ ନେଇ ରାହୁଲ କହିଛନ୍ତି, ଯେତେବେଳେ ଆକାଶ ମେଘାଚ୍ଛନ ରୁହେ ସେତେବେଳେ କଣ ବିମାନ କମ୍ପାନି ଗୁଡିକର ଉଡାଜାହାଜ ନିଖୋଜ ହୋଇଯାଏ । ଏଭଳି କହି ମୋଦିଙ୍କ ଉପରେ ବର୍ଷିଛନ୍ତି ରାହୁଲ ।

ଏହାଛଡା ବିମୁଦ୍ରାକରଣକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପରେ ମନଇଚ୍ଛା ବର୍ଷିଛନ୍ତି ରାହୁଲ । ଦୀର୍ଘ ୭୦ ବର୍ଷ ଧରି ଦେଶକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଚଳାଇ ଆସୁଥିବା ବେଳେ ବିମୁଦ୍ରାକରଣ ସମୟରେ ମୋଦି ରିଜର୍ଭବ୍ୟାଙ୍କକୁ ପଚାରିନଥିଲେ ବୋଲି କହିଛନ୍ତି ରାହୁଲ । ଏପରିକି ବିମୁଦ୍ରାକରଣ ଘୋଷଣା କରିବା ପରେ ଅଧିକାଂଶ ବ୍ୟବସାୟ ବନ୍ଦ ହୋଇଥିବା ବେଳେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

DailyO

ଏସବୁ ଭିତରେ ବିମୁଦ୍ରାକରଣ ଘୋଷଣା କରିବା ପୂର୍ବରୁ ମୋଦି ନିଜର କ୍ୟାବିନେଟ ମନ୍ତ୍ରୀଙ୍କୁ ଘର ମଧ୍ୟରେ ବନ୍ଦ କରି ରଖିଥିଲେ । ଏସପିଜି ନିକଟରୁ ଏଭଳି କଥା ଶୁଣିଥିବା କହିଛନ୍ତି ରାହୁଲ । ଏପରିକି ବିମୁଦ୍ରାକରଣ ସମୟରେ କୌଣସି ଅନୁଭବୀ ନେତାଙ୍କ ପରାମର୍ଶ ମୋଦି ନେଇନଥିଲେ ବୋଲି ନିର୍ବାଚନ ସଭାରେ କହିଛନ୍ତି ରାହୁଲ । ସେହିଭଳି କଂଗ୍ରେସ ମହାସଚିବ ତଥା ରାହୁଲ ଗାନ୍ଧୀଙ୍କ ଭଉଣୀ ମଧ୍ୟ ଏକ ରୋଡ ସୋରେ ମୋଦିଙ୍କୁ କଟାକ୍ଷ କରିବାକୁ ଭୁଲି ନାହାନ୍ତି । ପ୍ରଧାନମନ୍ତ୍ରୀ ଜଣେ ଭଲ ଅଭିନେତା ନେତା ନୁହଁନ୍ତି । ଗତ ନିର୍ବାଚନରେ ଦୁନିଆର ବଡ ଅଭିନେତାଙ୍କୁ ଆପଣ ପ୍ରଧାନମନ୍ତ୍ରୀ କରିଥିଲେ । ଏହାଠାରୁ ଭଲ ହୋଇଥାନ୍ତି ଯେ, ଆପଣ ମାନେ ଅମିତାଭ ବଚ୍ଚନଙ୍କୁ ପ୍ରଧାନମନ୍ତ୍ରୀ କରିଥାନ୍ତେ । ସପ୍ତମ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ ହୋଇଥିବା ବେଳେ ପୂରା ଜି ଜାନ ଲଗାଇ ଦେଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ଶେଷ ଥର ପାଇଁ ଭୋଟରଙ୍କ ବିଶ୍ୱାସ ଜିତିବା ପ୍ରୟାସ ଜାରି ରଖିଛନ୍ତି ନେତା ।