ଦିଲ୍ଲୀରେ କରୋନା ମୃତ୍ୟୁସଂଖ୍ୟା ୮ହଜାର ଟପିଲା : ୨୪ଘଣ୍ଟାରେ ୯୮ ମୃତ, ୭ହଜାର ୫୪୬ ନୂଆ ଆକ୍ରାନ୍ତ ଚିହ୍ନଟ

76

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଅଣାୟତ ହେଉଛି କରୋନା । ୨୪ ଘଂଟାରେ ୯୮ଜଣଙ୍କ ପ୍ରାଣ ନେଲା ମହାମାରୀ । ଏଥିସହ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଟପିଛି ୮ ହଜାର । ଏବେ ଦିଲ୍ଲୀର ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୬ରେ ପହଂଚିଛି । ସେହିପରି ୨୪ ଘଂଟାରେ ୭ହଜାର ୫୪୬ ନୂଆ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ମୋଟ ସଂକ୍ରମଣ ସଂଖ୍ୟା ୫ ଲକ୍ଷ ୧୦ ହଜାର ୬୩୦କୁ ବୃଦ୍ଧି ପାଇଛି ।

ବୁଧବାର ଦିଲ୍ଲୀରେ ସର୍ବାଧିକ ୧୩୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ସେହିପରି ଦିଲ୍ଲୀରେ କରୋନା ମହାମାରୀକୁ ନିୟନ୍ତ୍ରଣରେ ଆଣିବାକୁ ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମାସ୍କ ନପିନ୍ଧିଲେ ଦିଲ୍ଲୀରେ ୨ହଜାର ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେଜ୍ରିୱାଲ ।