ଦାନ୍ତେୱାଡାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ପୋଲିସ ଗୁଳିରେ ଅନେକ ନକ୍ସଲ ମୃତ , ଗୋଟିଏ ଶବ ଜବତ

683

କନକ ବ୍ୟୁରୋ : ଛତିଶଗଡ ଦାନ୍ତେୱାଡା ଠାରେ ରବିବାର ଅପରାହ୍ନରେ ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଁଣ୍ଟରରେ ଅନେକ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ଏହାହସ ଜଣେ ନକ୍ସଲର ମୃତଦେହ ଉଦ୍ଧାର କରିଛି ପୋଲିସ । ଏହି ଗୁଳି ବିନିମୟ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ କଟେକଲ୍ୟାଣ ଆଞ୍ଚଳିକ କମିଟି ମଧ୍ୟରେ ହୋଇଛି । ଦାନ୍ତେୱାଡାର ଗାଦମ ଓ ଜଂଗମପାଲ ଜଙ୍ଗଲରେ ଉଭୟଙ୍କ ମଧ୍ୟରେ ଏବେ ବି ଗୁଳି ବିନିମୟ ଚାଲିଛି । ପୋଲିସକୁ ବେଟ୍ଟି ହୁଂଗା ନାମକ ଜଣେ ନକ୍ସଲ(ଯାହା ନାମରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା) ର ଶବ ସହ ଘଟଣା ସ୍ଥଳରୁ ୨ କିଲୋ ଆଇଇଇଡି ବିସ୍ଫୋଟକ, ଗୋଟିଏ ୮ ଏମଏମ ପିସ୍ତଲ, ଏକ ବିଦେଶୀ ବନ୍ଧୁକ ଓ ଅନେକ ମାଓ ପୁସ୍ତିକା ମିଳିଛି ।

କହିରଖୁ କି ପୂର୍ବ ସପ୍ତାହରେ ଛତିଶଗଡ ବିଜାପୁର ଠାରେ ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ ଓ ୩୨ ଜଣ ଯବାନ ଗୁରୁତର ହୋଇଥିଲେ ।