କଟକରେ ପୁଲିସ୍‌କୁ ଗାଳି, ଢେଲାମାଡ଼ : ୩୫ଜଣଙ୍କ ବିରୋଧରେ ଏତଲା

Advertisment
ମଦ ମାଗି ନିଲମ୍ବିତ ହେଲେ ପୋଲିସ ବାବୁ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଭଦ୍ରକ ଟାଉନ ଥାନା ଏଏସଆଇ ।

କନକ ବ୍ୟୁରୋ : ସଟ୍‌ଡାଉନ୍‌ କଟକଣା ସତ୍ତ୍ବେ ଓଡ଼ିଆ ବଜାରରେ ବୁଲୁଥିବା ଯୁବକଙ୍କୁ ପୁଲିସ ଘଉଡ଼ାଇବାରୁ ସେମାନେ ପୁଲିସ ଉପରକୁ ଢେଲା ମାଡ଼ କରିଥିବା ଭଳି ସଂଗିନ୍‌ ଘଟଣା ଘଟିଛି। ପୁଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଶେଷ ଲାଠିମାଡ଼ କରିଛି। ଏ ସଂକ୍ରାନ୍ତରେ ଲାଲବାଗ ଥାନାରେ ୩୫ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେହିପରି ପୁରୀଘାଟ ଥାନା ନିମସାହି ଓ ମଙ୍ଗଳାବାଗ ଥାନା ଥୋରିଆସାହିରେ ପୁଲିସ ଲାଠିମାଡ଼ କରିଛି। ନିୟମ ଖିଲାପ କରି ବାହାରେ ବୁଲୁଥିବାରୁ ପୁଲିସ ଏଭଳି ପଦକ୍ଷେପ ଗ୍ରହଣ କରିଛି।

ସୂଚନା ଅନୁଯାୟୀ, କଟକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୂରା ସହରକୁ ଗଲାକାଲି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କୌଣସି ବ୍ୟକ୍ତି ବାହାରେ ବୁଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଡିଜି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାତି ପ୍ରାୟ ୮ଟା୩୦ରେ ଓଡ଼ିଆ ବଜାର ନିକଟରେ ପୁଲିସ୍‌ ଫୋର୍ସ ରୁଟ୍ ମାର୍ଚ୍ଚ କରୁଥିବା ବେଳେ ପାଖାପାଖି ୩୫ ଯୁବକ ସଂଘବଦ୍ଧ ହୋଇ ପୁଲିସକୁ ଗାଳିଗୁଲଜ ଓ ଢେଲାମାଡ଼ କରିଥିଲେ। ପୁଲିସ କର୍ମୀ ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ସୁଦ୍ଧା ପରିସ୍ଥିତି ଅଣାୟତ୍ତ ହୋଇଥିଲା।

ଓଡ଼ିଆ ବଜାର, ମାଇକା ଲେନ, ଦିୱାନ ବଜାର ଅଞ୍ଚଳର ଯୁବକ ଏଭଳି କାଣ୍ଡରେ ସାମିଲ ଥିଲେ। ତେବେ ଏ ସଂକ୍ରାନ୍ତରେ ଥାନାରେ ଏତଲା ହୋଇଥିବା ଥାନା ଆଇଆଇସି ଆଶୁତୋଷ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା କାହାରିକୁ ବାଧ୍ୟତାମୂଳକ ହୋମ୍‌ କ୍ବାରାଣ୍ଟିନରେ ରଖାଯାଇ ନ ଥିବା ଡିସିପି ଅଖିଳେଶ୍ବର ସିଂହ କହିଛନ୍ତି। ଥାନାୱାରି ସହରରେ ରୁଟ୍ ମାର୍ଚ୍ଚ ବେଳେ ଡିସିପି ଶ୍ରୀ ସିଂହ ଓ ଏଡିସିପି ତ୍ରିନାଥ ମିଶ୍ରଙ୍କ ସମେତ ଜୋନ ଏସିପି, ଥାନା ଆଇଆଇସି ଏବଂ ୨ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe