ମାଲଗୋଦାମ ବଣିକ ସ˚ଘର କଠୋର ନିଷ୍ପତ୍ତି: ଏଣିକି ଗୋଦାମରେ ଭେଜାଲ୍ ସାମଗ୍ରୀ ବିକିଲେ ଦୋକାନରେ ଝୁଲିବ ତାଲା; ବନ୍ଦ ହେଲା ୪ ସିନ୍ଥେଟିକ୍ ରଙ୍ଗ ଦୋକାନ, ସୋମବାରରୁ ୧୩ ଜଣିଆ ସ୍କ୍ବାଡର ଯାଞ୍ଚ

128

କନକ ବ୍ୟୁରୋ: ନଭେମ୍ବର ମାସରେ କେବଳ ମାଲଗୋଦାମ ଭିତରୁ କୋଟିଏ ଟଙ୍କାର ଭେଜାଲ୍ ସାମଗ୍ରୀ କମିସନରେଟ୍ ପୁଲିସ ଜବତ କରିଛି। ଏଣିକି ମାଲଗୋଦାମରେ ଭେଜାଲ୍ ଖାଦ୍ୟ ସାମଗ୍ରୀ କେହି ବିକ୍ରି କଲେ ଗୋଦାମ୍ରେ ତାଲା ଝୁଲିବ। ମାଲଗୋଦାମ ଭିତରେ ସମ୍ପୃକ୍ତ ବ୍ୟବସାୟୀଙ୍କୁ କାରବାର କରିବାକୁ ଅନୁମତି ଦିଆଯିବ ନାହିଁ। ଏଥିପାଇଁ ସୋମବାରଠାରୁ ଏକ ୧୩ ଜଣିଆ ସ୍କ୍ବାଡ୍ ମାଲଗୋଦାମ ଭିତରେ ନିୟମିତ ଯାଞ୍ଚ କରିବାକୁ ଆଜି ମାଲଗୋଦାମ ବଣିକ ସ˚ଘ ନିଷ୍ପତ୍ତି ନେଇଛି। ମାଲଗୋଦାମ ବଣିକ ସ˚ଘର ଏଭଳି କଠୋର ନିଷ୍ପତ୍ତି ପରେ ଅପମିଶ୍ରଣକାରୀ ବ୍ୟବସାୟୀଙ୍କ ଭିତରେ ଛନକା ପଶିଛି।

ସୂଚନା ଅନୁଯାୟୀ, ମାଲଗୋଦାମରେ ଗଲା ନଭେମ୍ବର ୧୧ ତାରିଖରେ ପ୍ରଥମେ ଧରାପଡ଼ିଥିଲା ନକଲି ଲଙ୍କା ଓ ହଳଦୀ ଗୁଣ୍ତ ଗୋଦାମ। ବେଞ୍ଜର କେମିକାଲରେ ଚାଉଳ ଖୁଦ ମିଶାଇ ଲଙ୍କା ଓ ହଳଦୀ ଗୁଣ୍ତ ପ୍ରସ୍ତୁତ ହେଉଥିଲା। ଏହି ମାମଲାରେ ୫ ଲକ୍ଷ ଟଙ୍କାର ସାମଗ୍ରୀ ଜବତ ସହିତ ୩ ଜଣ ଗିରଫ ହୋଇଥିଲେ। ସେବେ ପରଠାରୁ ମାଲଗୋଦାମରେ ନକଲି ବ୍ୟବସାୟୀଙ୍କ ପେଡ଼ି ଖୋଲିଥିଲା। ଏହି ଘଟଣାକୁ ମାଲଗୋଦାମ ବଣିକ ସ˚ଘ ଗୁରୁତ୍ବର ସହିତ ଗ୍ରହଣ କରିଛି। ପ୍ରଥମ ପର୍ୟ୍ୟାୟରେ ମାଲଗୋଦାମ ଭିତରେ ୪ଟି ରଙ୍ଗ ଦୋକନକୁ ଠାବ କରାଯାଇ ବନ୍ଦ କରିଦିଆଯାଇଛି। ଏହାକୁ ସିନ୍ଥେଟିକ୍ ରଙ୍ଗ କୁହାଯାଉଥିବା ବେଳେ ଝୋଟ ଅଖାରେ ଚିହ୍ନ ଦେବାକୁ ବ୍ୟବହାର କରାଯାଉଥିଲା।

ଏବେ ମାଲଗୋଦାମରେ ଝୋଟ ବସ୍ତା ବ୍ୟବହାର ହ୍ରାସ ପାଇଥିବା ବେଳେ ଏହି ରଙ୍ଗକୁ କିନ୍ତୁ ମସଲା ବ୍ୟବସାୟୀମାନେ ଲଙ୍କା ଓ ହଳଦୀ ଗୁଣ୍ତରେ ମିଶାଉଥିବା ଜଣାପଡ଼ିଥିଲା। ଏହି ୪ ଜଣ ବ୍ୟବସାୟୀଙ୍କ ନିକଟରୁ ଅଣ୍ତରଟେକି˚ ନେବା ସହିତ ଗୋଦାମ ବନ୍ଦ କରିଦିଆଯାଇଛି। ଆଜି ମାଲଗୋଦାମ ବଣିକ ସ˚ଘ ପକ୍ଷରୁ ଏକ ଗୁୁରୁତ୍ବପୂର୍ଣ୍ଣ ବୈଠକରେ ୧୩ ଜଣିଆ ସ୍କ୍ବାଡ୍ ଗଠନ ସମ୍ପର୍କିତ ନିଷ୍ପତ୍ତି ନିଆଯାଇଛି। ଏହି ସ୍କ୍ବାଡ୍ରେ ଓଡ଼ିଶା ଚାଉଳ ବ୍ୟବସାୟୀ ସ˚ଘ, ରିଟେଲ୍ ବ୍ୟବସାୟୀ ସ˚ଘ, ଖୁଚୁରା ବ୍ୟବସାୟୀ ସ˚ଘ, ମାଲଗୋଦାମ ବଣିକ ସ˚ଘର କର୍ମକର୍ତ୍ତା ସାମିଲ ଅଛନ୍ତି। ଏହି ସ୍କ୍ବାଡ୍ ୩ ଭାଗରେ ଭାଗ ହୋଇ ଆସନ୍ତା ସୋମବାର ଦିନ ୧୦ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ନିୟମିତ ଏକ ସପ୍ତାହ ଦୋକାନ ଵାରି ଯାଞ୍ଚ କରିବ। ପରେ ଅତର୍କିତ ଯାଞ୍ଚ ଯୋଜନା ରଖାଯାଇଛି।

ପ୍ରତ୍ୟେକ ଦୋକାନର ଖାଦ୍ୟ ସାମଗ୍ରୀ ଯାଞ୍ଚ ସହିତ ନକଲି ଖାଦ୍ୟ ସାମଗ୍ରୀ ଚିହ୍ନଟ କରାଯିବ। ଏଥିପାଇଁ ବଣିକ ସ˚ଘ ପକ୍ଷରୁ ଏକ ହ୍ବାଟସଆପ୍ ଗ୍ରୁପ ଖୋଲାଯାଇଛି। ଏହି ଗ୍ରୁପରେ ସ୍କ୍ବାଡ୍ର କର୍ମକର୍ତ୍ତା ତୁରନ୍ତ ଚିହ୍ନଟ ହୋଇଥିବା ନକଲି ସାମଗ୍ରୀର ଫଟୋ ସେୟାର କରିବେ। ଯଦ୍ବାରା ପୁଲିସ ଓ ସିଏମସିକୁ ସୂଚନା ଦେଇ ତୁରନ୍ତ ଦୋକାନ୍ ସିଲ୍ କରାଯିବ। ମାଲଗୋଦାମ ଭିତରକୁ ମୁଖ୍ୟତଃ ପୋତାପୋଖରୀ, ଜଗତପୁର, ବୟାଳିଶମୌଜା, ନୂଆବଜାରରୁ ନକଲି ମସଲା ସାମଗ୍ରୀ ଆସୁଛି। ମାଲଗୋଦାମରେ ନକଲି ସାମଗ୍ରୀ କାରବାରର ଯଦି ରେକର୍ଡ ଦେଖାଯାଏ, ତେବେ ନଭେମ୍ବର ୧୧ ତାରିଖରେ ଏକ ନକଲି କାରଖାନା ଠାବ ହେବା ପରେ ବଡ଼ ଲିଙ୍କ୍ ପୁଲିସ ହାତରେ ଲାଗିଥିଲା। ନଭେମ୍ବର ୧୨ ତାରିଖରେ ୩ଟି ନକଲି ଫ୍ୟାକ୍ଟ୍ରି ମାଲଗୋଦାମ ଭିତରେ ଠାବ ହୋଇଥିଲା। ପୋକ ଲଗା ଚାଉଳ ଖୁଦରେ କେମିକାଲ୍ ମିଶାଇ ଲଙ୍କା ଓ ହଳଦୀ ଗୁଣ୍ତ ପ୍ରସ୍ତୁତ ହୋଇଥିଲା। ୩୦ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ ଜବତ ହୋଇଥିଲା। ୨୬ ତାରିଖରେ ବି ମାଲଗୋଦାମରୁ ୬୦ ଲକ୍ଷ ଟଙ୍କାର ନକଲି ସାମଗ୍ରୀ ଜବତ ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ନଭେମ୍ବର ମାସରେ ମାଲଗୋଦାମରୁ ମୋଟ ୯୫ ଲକ୍ଷ ଟଙ୍କାର ନକଲି ମସଲା ସାମଗ୍ରୀ ଜବତ ହୋଇଥିଲା।