କନକ ବ୍ୟୁରୋ: ଚୀନରେ ପୁଣି କରୋନା ଆତଙ୍କ । ଦୀର୍ଘଦିନ ପରେ ଚୀନରେ କରୋନା ବଢ଼ିଛି । ଯାହା ଫଳରେ ପୁର୍ନବାର ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଗତ ୩୦ ଦିନ ଭିତରେ ୨୧ ପ୍ରକାର ନୂଆ କରୋନା ଭୂତାଣୁ ପ୍ରଜାତି ଚିହ୍ନଟ ହୋଇଛି । ଗତ ୨୪ ଘଂଟାରେ ଚୀନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୬ ହଜାର ୬ଶହ ୭୮ ହୋଇ୍ଥିବାବେଳେ, ୪ ହଜାର ୬ ଶହ ୩୬ ଜଣଙ୍କର ମୃତ୍ୟ ଘଟିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଫଳରେ ସ୍କୁଲ ଗୁଡ଼ିକ ବନ୍ଦ କରିଦିଆଯାଇଛି ।
ଏହା ସହ ଦେଶର ଜିଆନ ଏବଂ ଲାଂଜୋ ସହରରେ ପାଖାପାଖି ୬୦ ପ୍ରତିଶତ ବିମାନ ବାତିଲ କରାଯାଇଛି । ସଂକ୍ରମଣ କମାଇବାକୁ ସ୍ଥାନୀୟ ପ୍ରଶାସନ ଲକ୍ଡ଼ାଉନ ନିୟମ ଜାରି କରିଛି । ପର୍ଯୟଟନସ୍ଥଳୀ, ପାର୍କ, ଥିଏଟର, ମଲ ବନ୍ଦ କରାଯାଇଛି । ସେପଟେ କୋଭିଡ୍ ପରୀକ୍ଷଣକୁ ମଧ୍ୟ ବ୍ୟାପକ କରାଯାଇଛି । ତେବେ ଚିନ୍ତାର ବିଷୟ ହେଉଛି କରୋନା ଟିକା ନେଇଥିବା ନାଗରୀକ ମଧ୍ୟ କରୋନା ଭୂତାଣୁରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରୁଛନ୍ତି । ୨୦୧୯ ଡିସେମ୍ବର ମାସରେ ଚୀନର ଉହାନରେ ପ୍ରଥମେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଯାହା ପରେ ସାରା ବିଶ୍ୱକୁ ବ୍ୟାପିଥିଲା ।