ଚୀନକୁ ଅସ୍ତବ୍ୟସ୍ତ କରୁଛି କରୋନା । ଦୈନିକ ହଜାରରୁ ଅଧିକ ଲୋକ ହେଉଛନ୍ତି ଆକ୍ରାନ୍ତ, ଚୀନକୁ ସହାୟତାର ହାତ ବଢାଇଲେ ବିଶ୍ୱ ନେତା

ସାଂଘାତିକ ହେଉଛି କରୋନା: କାନାଡାରୁ ଭାରତ ଫେରିଥିବା ମହିଳାଙ୍କଠାରେ ଠାବ ହେଲା ଚାଇନା ଭାଇରସ୍; ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ଟପିଲା

କନକ ବ୍ୟୁରୋ : କରୋନା ଭାଇରସ୍‌ ଯୋଗୁଁ ଚୀନ୍‌ରେ ମୃତ୍ୟୁସଂଖ୍ୟା ୫୦୦ ଅତିକ୍ରମ କରିଯାଇଥିବା ବେଳେ ଆହୁରି ୨୪, ୦୦୦ ଲୋକ ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ପ୍ରତିଦିନ ୧୦୦୦ରୁ ଅଧିକ ନୂଆ ଭାଇରସ୍‌ ସଂକ୍ରମଣ ମାମଲା ଆସୁଥିବା ସରକାର ସ୍ବୀକାର କରିଛନ୍ତି। ଭାଇରସ୍‌ କେନ୍ଦ୍ର ସ୍ଥଳ ଉହାନ୍‌ ସମେତ ଚୀନ୍‌ର ଅନ୍ୟ ୨୨ଟି ପ୍ରମୁଖ ସହରରେ କଡ଼ା କଟକଣା ଜାରି ହୋଇଛି। ଲକ୍ଷାଧିକ ଲୋକଙ୍କୁ ଘରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ସ୍ଥିତି ଭୟାନକ ରୂପ ନେଇଥିବାରୁ ଉହାନ୍‌ରେ ଏବେ ଚିକିତ୍ସା ପାଇଁ ହସ୍ପିଟାଲ୍‌ ବେଡ୍‌ର ଅଭାବ ଦେଖାଦେଲାଣି। ଯୁଦ୍ଧକାଳୀନ ଭିତ୍ତିରେ ଚୀନ୍‌ ମାତ୍ର ୮ ଦିନରେ ଗୋଟିଏ ହସ୍ପିଟାଲ୍‌ ନିର୍ମାଣ କରିଛି । ଆଉ ଗୋଟିଏ ହସ୍ପିଟ‌ାଲ୍‌ ନିର୍ମାଣାଧୀନ ଥିବାବେଳେ ଉହାନ୍‌ ପୁଣି ଆଉ ୮ଟି ହସ୍ପିଟାଲ୍‌ ନିର୍ମାଣ ପ୍ରୟାସ ଆରମ୍ଭ କରିଛି।

ବିଶ୍ବ ନେତାମାନେ ଚୀନ୍‌ରେ ଏଭଳି ଜଟିଳ ସ୍ବାସ୍ଥ୍ୟ ସଙ୍କଟ ପାଇଁ ଚିନ୍ତା ପ୍ରକଟ କରିବା ସହ ସମସ୍ତ ସହାୟତା ଯୋଗାଇ ଦେବା ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି। ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଚୀନ୍‌ ଏହି ଭାଇରସ୍‌ କବଳରୁ ମୁକୁଳି ପାରିବ ଏବଂ ରୁଷିଆ ମଧ୍ୟ ଚୀନ୍‌କୁ ଏନେଇ ସବୁ ସହାୟତା କରିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ମଧ୍ୟ କରୋନା ଭାଇରସ ମୁକାବିଲା ପାଇଁ ଚୀନ୍‌ ସହ ମିଳିତ ପ୍ରୟାସ କରିବେ ବୋଲି ଘୋଷଣା କରିଛନ୍ତି। ସିଙ୍ଗାପୁର ପ୍ରଧ‌ାନମନ୍ତ୍ରୀ ଲି ହସିଏନ୍‌ ଲୁଙ୍ଗ୍‌ କହିଛନ୍ତି, ସିଙ୍ଗାପୁର ସତର୍କତାର ସହ ସ୍ଥିତି ନିରୀକ୍ଷଣ କରୁଛି ଏବଂ ଚୀନ୍‌କୁ ଏ ବାବଦ ସମସ୍ତ କାର୍ଯ୍ୟରେ ସହଯୋଗ ପ୍ରତିଶ୍ରୁତି ଦିଆଯାଇଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜାଏ ଇନ୍‌ କହିଛନ୍ତି, ଏଭଳି ସ୍ଥିତିର ମୁକାବିଲା ପାଇଁ ଆମେ ଚୀନ୍‌ ସହ ହାତ ମିଳାଇବୁ ଏବଂ ସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ନିର୍ଣ୍ଣାୟକ ଭୂମିକାରେ ରହିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe