ମଙ୍ଗଳବାର ଛତିଶଗଡ଼-ମିଜୋରାମରେ ବିଧାନସଭା ନିର୍ବାଚନ: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ ଆସନ, ମଣିପୁରରେ ମୋଟ ୪୦ ଆସନ ପାଇଁ ହେବ ଲଢେଇ

111

କନକ ବ୍ୟୁରୋ: ମଙ୍ଗଳବାର ଛତିଶଗଡ଼ ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ହେବ । ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ ୨୦ ଟି ଆସନ ପାଇଁ ନିର୍ବାଚନ ହେବ । ମୋଟ ୨୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଯେଉଁଥିରେ ୧୯୮ ପୁରୁଷ ଏବଂ ୨୫ ମହିଳା ପ୍ରାର୍ଥୀ ଅଛନ୍ତି । ଛତିଶଗଡ଼ର ମୋଟ ୪୦ ଲକ୍ଷ ୭୮ ହଜାର ୬୮୧ ଭୋଟର ପ୍ରଥମ ପର୍ଯ୍ୟାୟରେ ମତ ସାବ୍ୟସ୍ଥ କରିବେ । ସେହିପରି ମିଜୋରାମରେ ମୋଟ ୪୦ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପୁଲିଂ ଟିମ ପୁଲିଂ ଷ୍ଟେସନରେ ପହଂଚିସାରିଛନ୍ତି । ମିଜୋରାମ ବୋର୍ଡର ଲାଗଥିବା ମିଆଁମାର ଏବଂ ବାଙ୍ଗଲାଦେଶ ସୀମାକୁ ପୁରା ସିଲ କରାଯାଇଛି । ଛତିଶଗଡ ମାଓବାଦୀ ଅଂଚଳରେ ହେଲିକ୍ୟାପ୍ଟର ଯୋଗେ ପୁଲିଂ ଏଜେଂଟମାନଙ୍କୁ ପଠାଯାଇଛି । ଛତିଶଗଡ଼ରେ ଉଭୟ କଂଗ୍ରେସ ଏବଂ ବିଜେପି ସରକାର ଗଢିବେ ବୋଲି ଦାବି କରୁଛନ୍ତି । ସେପେଟ ନିର୍ବାଚନ ପୂର୍ବରୁ ମହାଦେବ ବେଟିଂ ଆପକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ଘେରିଛି ବିଜେପି ।