ୱେବ ସିରିଜ ଦେଖି ପ୍ରେମିକାକୁ ହତ୍ୟା କରିଥିଲା ଅଫତାବ : ୩୦୦ ଲିଟର ଫ୍ରିଜରେ ରଖିଥିଲା ପ୍ରେମିକା ଶ୍ରଦ୍ଧାଙ୍କ ଶରୀର ଖଣ୍ଡ

591

କନକ ବ୍ୟୁରୋ : ୱେବ୍ ସିରିଜ୍ ଦେଖି ହତ୍ୟାକାଣ୍ଡ । ଦିଲ୍ଲୀରେ ଶ୍ରଦ୍ଧା ୱାକରଙ୍କୁ ପ୍ରେମିକ ଅଫତାବ ହତ୍ୟା କରିବା ଘଟଣାରେ ଏଭଳି ଏକ ସୂଚନା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିଛନ୍ତି ତାଙ୍କ ପ୍ରେମିକ ଅଫତାବ । ଉଭୟଙ୍କର ମହାରାଷ୍ଟ୍ରରେ ଦେଖାସାକ୍ଷାତ ହୋଇଥିଲା । ପରେ ପରସ୍ପରକୁ ଭଲ ପାଉଥିଲେ । ପରିବାର ଲୋକେ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ । ତେଣୁ ଉଭୟ ଦିଲ୍ଲୀ ପଳାଇ ଆସିଥିଲେ । ଶ୍ରଦ୍ଧା କିନ୍ତୁ ତାଙ୍କ ସହପାଠୀ ଲକ୍ଷ୍ମଣଙ୍କୁ ସମସ୍ତ ଘଟଣା ବାବଦରେ ସୂଚନା ଦେଉଥିଲେ ।

ଆଉ ଲକ୍ଷ୍ମଣ ଶ୍ରଦ୍ଧାଙ୍କ ପରିବାରକୁ ଖବର ଦେଉଥିଲେ । ପରେ ଶ୍ରଦ୍ଧାଙ୍କ ସହଯୋଗଯୋଗ କରିପାରିନଥିଲେ ଲକ୍ଷ୍ମଣ । ଏହାପରେ ଶ୍ରଦ୍ଧାଙ୍କ ପରିବାର ଲୋକଙ୍କୁ ଲକ୍ଷ୍ମଣ ସୂଚନା ଦେଇଥିଲେ । ଏବେ ପୁଲିସ ଆଗରେ ଅଫତାବ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିବା ସୂଚନା ରହିଛି । ଦିଲ୍ଲୀ ପୁଲିସ ଏବେ ଅଭିଯୁକ୍ତ ହତ୍ୟାକାରୀକୁ ଗିରଫ କରିଛି । ଦିଲ୍ଲୀର ମେହରୁଲି ଥାନା ଅଧିକାରୀ ଜହ୍ଲାଦ ପ୍ରେମିକକୁ ଜଙ୍ଗଲକୁ ନେଇ ଏବେ ଘଟଣାସ୍ଥଳରେ ପହଂଚିଛନ୍ତି । ଯେଉଁଠି ଶ୍ରଦ୍ଧାଙ୍କ ମର ଶରୀରର ମାଂସ ଖଣ୍ଡକୁ ଫିଙ୍ଗିଥିଲା ।

ୱେବ୍ ସିରିଜରୁ ହତ୍ୟାକାଣ୍ଡ

– ଆମେରିକୀୟ କ୍ରାଇମ ଶୋ’ ଡେକଷ୍ଟର ଦେଖି ହତ୍ୟାକାଣ୍ଡ
– ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା
– ପ୍ରେମିକ ଅଫତାବ ଅମିନ ପୁନାୱାଲା କରିଛି ହତ୍ୟା
– ପରେ ଧାରୁଆ ଅସ୍ତ୍ରରେ ପ୍ରେମିକାକୁ ୩୫ ଖଣ୍ଡ କରିଥିଲା
– ୩୦୦ ଲିଟର ଫ୍ରିଜରେ ପ୍ରେମିକାର ଶରୀର ଖଣ୍ଡ
– ପ୍ରମାଣ ନଷ୍ଟ ପାଇଁ ବିଳମ୍ବିତ ରାତିରେ ଫିଙ୍ଗୁଥିଲା ମାଂସ ଖଣ୍ଡ
– ୧୮ ଦିନ ଧରି ଜଙ୍ଗଲରେ ମାଂସ ଖଣ୍ଡ ଫିଙ୍ଗୁଥିଲା
– ହତ୍ୟା ଘଟଣା ୬ ମାସ ତଳର
– ଉଭୟଙ୍କ ସାଙ୍ଗକୁ ଜେରା କରିବାକୁ ଯୋଜନା
– ଅଭିଯୁକ୍ତର ଫାଶୀ ଦଣ୍ଡଦେବାକୁ ଦାବି
– ଅଫତାବ ଅମିନ ଚୁପଚାପ ରୁହନ୍ତି
– କାହାସହ ଝଗଡା କରିବାକୁ ପସନ୍ଦ କରନ୍ତି ନାହିଁ