କନକ ବ୍ୟୁରୋ : ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮.୮୧ ନିୟୁତ ଟପିଛି। ଏଥିସହିତ ମୃତ୍ୟୁସଂଖ୍ୟା ୪,୬୨,୯୬୦ରେ ପହଞ୍ଚିଛି। ଗତବର୍ଷ ଡିସେମ୍ବରରେ ଚୀନରେ ପ୍ରଥମେ କରୋନା ଭୂତାଣୁ ମାମଲା ପଦାକୁ ଆସିବା ପରେ ଏବେ ଏହା ୨୧୦ରୁ ଅଧିକ ଦେଶକୁ ଛୁଇଁଲାଣି। ବ୍ରାଜିଲରେ ପାଖାପାଖି ୫୦ ହଜାର ଲୋକ କରେନାରେ ପ୍ରାଣ ହରାଇଲେଣି। ଆମେରିକା ପରେ ବ୍ରାଜିଲ ବିଶ୍ୱର ଦ୍ୱିତୀୟ କରୋନା ହଟସ୍ପଟ ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ବ୍ରାଜିଲରେ ୧୦୨୨ ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ଦେଶର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ସରକାରୀ ଭାବେ ବ୍ରାଜିଲରେ କରୋନାରେ ୪୯,୯୭୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୭ ହଜାର ୫୭୯ରେ ପହଞ୍ଚିଛି। ବ୍ରାଜିଲ ତୁଳନାରେ ଆମେରିକାରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଅଧିକ ରହିଛି। ବ୍ରାଜିଲରେ ପ୍ରଥମ କରୋନା ରୋଗୀ ଚଳିତବର୍ଷ ଫେବ୍ରୁଆରି ୨୬ରେ ଚିହ୍ନଟ ହୋଇଥିବାବେଳେ ଗତ ଶୁକ୍ରବାର ସେଠାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି। ଟେଷ୍ଟିଂ ବ୍ୟାପକମାତ୍ରାରେ କରାଗଲେ ସେଠାରେ କରୋନା ଆକ୍ରାନ୍ତଙ୍କ ଆହୁରି ଅଧିକ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଲାଟିନ ଆମେରିକାରେ କେବଳ ବ୍ରାଜିଲ ନୁହେଁ, ଅନ୍ୟ କେତେକ ଦେଶ ମଧ୍ୟ କରୋନାରେ ଅଧିକ ମାତ୍ରାରେ କ୍ଷତି ସହିଛନ୍ତି। ଲାଟିନ ଆମେରିକୀୟ ଦେଶଗୁଡ଼ିକରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ନିୟୁତ ଅତିକ୍ରମ କରି ୨,୦୦୪,୦୧୯ରେ ପହଞ୍ଚିଛି। ସେହିଭଳି ଇଟାଲିରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮,୨୭୫ରେ ଏବଂ ମୃତକଙ୍କ ସଂଖ୍ୟା ୩୪,୬୧୦ରେ ପହଞ୍ଚିଛି।
ମେକ୍ସିକୋରେ ୪୭୧୭ ନୂଆ କରୋନା ସଂକ୍ରମିତ ଠାବ ହୋଇଥିବାବେଳେ ୩୮୭ ଜଣଙ୍କର ଏହି ମହାମାରୀରେ ପ୍ରାଣ ଯାଇଛି। ଏହି ଆମେରିକୀୟ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୫ ହଜାର ଟପିଥିବାବେଳେ ମୃତ୍ୟୁସଂଖ୍ୟା ୨୦,୭୮୧ ଛୁଇଁଛି। ରୁଷିଆରେ ଗତ ୨୪ ଘଣ୍ଟାରେ ୭୭୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୦୯ ଜଣଙ୍କର ମୃତ୍ୟୁ ହୋଇଛି। ଏଥିଯୋଗୁଁ ରୁଷିଆରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୮୪ ହଜାର ଟପିଥିବାବେଳେ ମୃତକଙ୍କ ସଂଖ୍ୟା ୮୧୧୧ରେ ପହଞ୍ଚିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/4-5.jpg)