ଓଡିଶାର ଏହି ପ୍ରତିଭାବାନ୍ କଳାକାର ବଲିଉଡରେ ମଚାଉଛନ୍ତି ଧୁମ୍ ! ତାଲିକାରେ କିଏ କିଏ ଅଛନ୍ତି ଆସନ୍ତୁ ଜାଣିବା ।

Advertisment
ଓଡିଶାର ଏହି ପ୍ରତିଭାବାନ୍ କଳାକାର ବଲିଉଡରେ ମଚାଉଛନ୍ତି ଧୁମ୍ ! ତାଲିକାରେ କିଏ କିଏ ଅଛନ୍ତି ଆସନ୍ତୁ ଜାଣିବା ।
ଓଡ଼ିଶାରେ ଭରପୂର ମାତ୍ରାରେ କଳା ଏବଂ ପ୍ରତିଭା ରହିଛି । ଏହାକୁ ବାରମ୍ବାର ସମସ୍ତ ସ୍ଥାନରେ ପ୍ରମାଣିତ କରିଛନ୍ତି ଆମ ଓଡ଼ିଶାର ପୁଅ ଏବଂ ଝିଅ। ତେବେ ଓଡ଼ିଶା ମନୋରଞ୍ଜନ ଦୁନିଆରେ ମଧ୍ୟ ପଛରେ ରହିନାହିଁ। ଆସନ୍ତୁ ଜାଣିବା ଓଡ଼ିଶାକୁ ମନୋରଞ୍ଜନ ଦୁନିଆରେ ରାଷ୍ଟ୍ର ତଥା ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସମ୍ମାନିତ କରିଥିବା କଳାକରଙ୍କ ବିଷୟରେ ।publive-imageଓଡ଼ିଶାର ରାଉଲକେଲାରେ ଜନ୍ମିତ ମୀରା ନାୟର ଜଣେ ଅନ୍ତର୍ଜାତିକ ସ୍ତରର ଚଳଚ୍ଚିତ୍ର ର୍ନିମାତା । ସେ ହଲିଉଡ଼ର ତଥା ବଲିଉଡ଼ର ଅନେକ ହିଟ ଚଳଚ୍ଚିତ୍ର ଯେପରିକି କାମସୂତ୍ର, ମନସୁନ େଓ୍ଵଡ଼ିଙ୍ଗ, ଦ ନମସ୍ତେ ଆଦିର ନିର୍ମାଣ କରିଛନ୍ତି ।publive-imageଓଡ଼ିଶାର କଳାକାର ଖାଲି ଯେ ବଲିଉଡ଼ରେ ବ୍ୟାପିଛନ୍ତି ତାହା ନୁହଁ ବରଂ ତେଲଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜ ଅଭିନୟର ପ୍ରତିଭାରେ ସମସ୍ତଙ୍କୁ ଆର୍କଷିତ କରିଛନ୍ତି । ସେ ହେଉଛନ୍ତି ରାୟଗଡ଼ାର ବରୁଣ ସନଦେଶ । ସେ ଟଲିଉଡ଼ର ଚଳଚ୍ଚିତ୍ର ଏବଂ ଧାରାବାହିକରେ ଅଭିନୟ କରି ନିଜର ଏକ ଭିନ୍ନ ପରିଚୟ ପ୍ରସ୍ତୁତ କରିଛନ୍ତି ।publive-imageକ୍ରିଷ୍ଣା ବେଉରା ନିଜର ମନମୁଗ୍ଧକର ସଙ୍ଗୀତରେ ବଲିଉଡ଼ ତଥା ଓଲିଉଡ଼ରେ ସମସ୍ତଙ୍କୁ ପାଗଳ କରିଛନ୍ତି । ହିନ୍ଦି ଏବଂ ଓଡ଼ିଆର ଅନେକ ପ୍ରସିଦ୍ଧ ସଙ୍ଗୀତରେ କଣ୍ଠ କରିଛନ୍ତି ଓଡ଼ିଶା ଜନ୍ମ କ୍ରିଷ୍ଣା ବେଉରା ।
publive-imageଇମ୍ରାନ୍‌ ହାସମିଙ୍କ ଅଭିନିତ ମର୍ଡ଼ର୨ ରେ ନଜର ଆସିଥିବା ସେ ଅଭିନେତ୍ରୀଙ୍କ କଥା ମନ ଅଛି । ହଁ ଆଜ୍ଞା ସୁଲଗ୍ନା ପାଣିଗ୍ରାହୀ ବହ୍ମପୁର ଓଡ଼ିଶାର । ନିଜର ବାସ୍ତବିକ ଅଭିନୟ ପାଇଁ ବଲିଉଡ଼ରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ସୁଲଗ୍ନା ।publive-imageଓଲିଉଡ଼ରେ ବିଶିଷ୍ଠ ସଙ୍ଗୀତଜ୍ଞ ମନ୍ମଥ ମିଶ୍ର ଏବଂ କ୍ରିଷ୍ଣା ମିଶ୍ରଙ୍କ ଏକ ମାତ୍ର କନ୍ୟା ପ୍ରକୃତି ମିଶ୍ର । ଓଲିଉଡ଼ରେ ଶିଶୁ କଳାକାର ଭାବେ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ପ୍ରକୃତି ବର୍ତ୍ତମାନ ବଲିଉଡ଼ ଏବଂ ହିନ୍ଦି ଧାରାବାହିକରେ ନିଜର କଳା ପ୍ରଦର୍ଶନ କରୁଛନ୍ତି । ଅନେକ ଶ୍ରେଷ୍ଠ କଳାକରମାନଙ୍କ ସହିତ ଅଭିନୟ କରିସାରିଥିବା ପ୍ରକୃତି ବର୍ତ୍ତମାନ ଉଭୟ ବଲିଉଡ଼ ଏବଂ ଓଲିଉଡ଼ରେ ରାଜ କରୁଛନ୍ତି ।
ଏପରି ଆହୁରି ଅନେକ କଳାକାର ରହିଛନ୍ତି ଯେପରିକି ବଲିଉଡ଼ର ଜଣେ ଜଣାଶୁଣା ଗାୟିକା ସୋନା ମହାପାତ୍ର, ବିଭିନ୍ନ ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତା ପୀତବାସ ତ୍ରିପାଠୀ, ଅଭିନେତ୍ରୀ ତଥା ଲେଖିକା ଏବଂ ସମାଜସେବୀକା ନନ୍ଦିତା ଦାସ , ନିର୍ଦ୍ଦେଶକ ମନମୋହନ ମହାପାତ୍ର , ନିର୍ଦ୍ଦେଶକ ତଥା ଅଭିନେତ୍ରୀ ବିଜୟା ଜେନା , ଅନେକ ୱେବସିରିଜ ଏବଂ ଧାରାବାହିକ ଅଭିନେତା ମନରାଜ ସିଂ , ମଡ଼େଲ ସୁଶ୍ରୀ ଶିୟା ମିଶ୍ର , ଚଳଚ୍ଚିତ୍ର ନିର୍ମାତା ଉଦୟ ଶଙ୍କର ପାଣି ଏବଂ ତାଙ୍କ ଝିଅ ଅଭିନେତ୍ରୀ ଭାବନା ପାଣି , ନିରିଜା ଭଳି ଚଳଚ୍ଚିତ୍ରରେ ସାଉଣ୍ଡ ଡ଼ିଜାଇନର ଭାବେ କାର୍ୟ୍ୟକରିଥିବା ସୁବାଶ ସାହୁ ଆଦି କଳାକର ନିଜର ନିଖୁନ ପ୍ରତିଭା ପାଇଁ ଓଡ଼ିଶାକୁ ରାଷ୍ଟ୍ର ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରଦର୍ଶନ କରୁଛନ୍ତି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe