ଥମିବାରେ ନା ନେଉ ନାହିଁ ସିଏଏ ଏବଂ ଏନ୍ଆରସି ବିବାଦ ! ବିହାରରେ ଏନଆରସି ଲାଗୁ ହେବ ନାହିଁ ସ୍ପଷ୍ଟ କଲେ ନୀତିଶ

Advertisment
ଥମିବାରେ ନା ନେଉ ନାହିଁ ସିଏଏ ଏବଂ ଏନ୍ଆରସି ବିବାଦ ! ବିହାରରେ ଏନଆରସି ଲାଗୁ ହେବ ନାହିଁ ସ୍ପଷ୍ଟ କଲେ ନୀତିଶ

image courtesy - hindi.indiatvnews.com

କନକ ବ୍ୟୁରୋ : ସିଏଏ (ନାଗରିକତା ସଂଶୋଧନ ଆଇନ) ଏବଂ ଏନ୍ଆରସି (ରଷ୍ଟ୍ରୀୟ ନାଗରିକ ପଂଜିକା)କୁ ବିରୋଧ କରି ଏବେ ଦେଶବ୍ୟାପୀ ଆନ୍ଦୋଳନ ଓ ବିରୋଧ ଲାଗି ରହିଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ବିହାରରେ ଏନ୍ଆରସି କାର୍ଯ୍ୟକାରୀ ହେବାର ପ୍ରଶ୍ନ ଉଠୁନି ବୋଲି ନୀତୀଶ କହିଛନ୍ତି। ଦେଶବ୍ୟାପୀ ଏନ୍ଆରସି କାର୍ଯ୍ୟକାରୀ ହେବାର କିଛି ଆବଶ୍ୟକତା ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏନେଇ ସ୍ପଷ୍ଟ କରି ସାରିଛନ୍ତି। ଏନ୍ଆରସି କେବଳ ଆସାମରେ ସୀମିତ। ଦେଶବ୍ୟାପୀ ଏହାର କାର୍ଯ୍ୟକାରୀ ହେବାର କିଛି ଆବଶ୍ୟକତା ନାହିଁ ବୋଲି ନୀତୀଶ କହିଛନ୍ତି।

publive-imageବିହାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ନୀତୀଶ ଏହା କହିଛନ୍ତି। ତେବେ ସିଏଏକୁ ସମର୍ଥନ କରିଥିବାରୁ ନୀତୀଶଙ୍କ ନିଜ ଦଳ ଜେଡିୟୁରେ ଅସନ୍ତୋଷ ବଢ଼ିଥିବାବେଳେ ବିରୋଧୀ ଦଳମାନେ ମଧ୍ୟ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏଭଳି ସ୍ଥିତିରେ ନୀତୀଶଙ୍କ ଏହି ଘୋଷଣାକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।

ସିଏଏ ପ୍ରସଙ୍ଗରେ ମଧ୍ୟ ନୀତୀଶ କହିଛନ୍ତି ଯେ, ସମସ୍ତ ଦଳ ଗୁଡ଼ିକ ସିଏଏ ପ୍ରସଙ୍ଗରେ ଆଲୋଚନା କରିବା ଉଚିତ୍ ଏବଂ ଯଦି ସେମାନେ ରାଜି ହୁଅନ୍ତି ତେବେ ସଂସଦ ମଧ୍ୟ ଏହି ଆଇନ ଉପରେ ପରାମର୍ଶ ନେବା ଉଚିତ୍। ଅନ୍ୟପକ୍ଷେ ଏନ୍ପିଆର ପ୍ରସଙ୍ଗରେ ନୀତୀଶ କିଛି ଟିପ୍ପଣୀ ରଖିନାହାନ୍ତି। ମେ’ ୧୫ରୁ ବିହାରରେ ଏନପିଆର ଆରମ୍ଭ ହେବ ବୋଲି ବିଜେପି ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ପୂର୍ବରୁ ଘୋଷଣା କରିଥିଲେ । ତେବେ ନୀତୀଶଙ୍କ ଘନିଷ୍ଠ ସହଯୋଗୀ ତଥା ଜେଡିୟୁ ଉପସଭାପତି ପ୍ରଶାନ୍ତ କିଶୋର ଗତକାଲି ବିହାର ଜନସାଧାରଣଙ୍କୁ ଆଶ୍ବାସନା ଦେଇ କହିଥିଲେ ଯେ ରାଜ୍ୟରେ ସିଏଏ-ଏନ୍ଆରସି କାର୍ଯ୍ୟକାରୀ ହେବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe