ବିହାରରେ ନୀତିଶଙ୍କ ବୟାନକୁ ନେଇ ବଢିଲା ସସପେନ୍ସ : କହିଲେ, ମୁଖ୍ୟମନ୍ତ୍ରୀ ପାଇଁ କରିନି ଦାବି, ଏନଡିଏ ନେବ ନିଷ୍ପତ୍ତି

ଆଜି ପାଟନାରେ ମେଂଟ ସହଯୋଗୀଙ୍କ ବୈଠକ

453

କନକ ବ୍ୟୁରୋ : ବିହାର ନିର୍ବାଚନରେ ଏନଡିଏକୁ ସରକାର ଗଠନ ପାଇଁ ସ୍ପଷ୍ଟ ବହୁମତ ମିଳିଛି । ଆସନ୍ତା ସପ୍ତାହରେ ନୂଆ ସରକାର ଶପଥ ନେବା ସମ୍ଭାବନା ରହିଛି । କିନ୍ତୁ ଏହି ସମୟ ମଧ୍ୟରେ ବିହାର ମୁଖମନ୍ତ୍ରୀ ନୀତିଶ କୁମାରଙ୍କ ଏକ ବୟାନ ସସପେନ୍ସକୁ ବଢାଇଦେଇଛି । ନୀତିଶ କହିଛନ୍ତି, ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ପ୍ରକାରର ଦାବି କରିନାହାନ୍ତି ।

ଏନଡିଏ ଏ ବାବଦରେ ନିଷ୍ପତ୍ତି ନେବ । ଜେଡିୟୁ ବିଧାୟକଙ୍କ ସହ ଆଲୋଚନା ପରେ ନୀତିଶ କୁମାର ଏହା କହିଛନ୍ତି । ବୁଧବାରଦିନ ପ୍ରଧାନମନ୍ତ୍ରୀ କହିଥିଲେ , ନୀତିଶ କୁମାରଙ୍କ ନେତୃତ୍ୱରେ ବିହାର ଆଗକୁ ବଢିବ । ଏହାର ଠିକ ପରଦିନ ନୀତିଶ କୁମାରଙ୍କ ଏହି ବଡ ବୟାନ ଆସିଛି । ସେପଟେ ଏନଡିଏ ସହଯୋଗୀଙ୍କ ବୈଠକ ଆଜି ପାଟନାରେ ବସୁଛି ।

ଏଥିରେ କି ନିଷ୍ପତ୍ତି ନିଆଯାଉଛି ସେ ଉପରେ ସମସ୍ତଙ୍କ ନଜର ଅଛି । ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ଏନଡିଏକୁ ୧୨୫ ଆସନ ମିଳିଛି । ଜେଡିୟୁକୁ କିନ୍ତୁ ଶକ୍ତ ଧକ୍କା ଲାଗିଛି । ବିଜେପି ମେଂଟରେ ବଡ ଦଳ ହୋଇଥିବାବେଳେ ଜେଡିୟୁ ଦ୍ୱିତୀୟ ସ୍ଥାନକୁ ଖସିଆସିଛି ।