ବିହାରରେ ଉତ୍ତେଜନା, ବିଜୁଳି କାଟକୁ ନେଇ କଟିହାରରେ ତାତିଲେ ଲୋକ। ପୁଲିସ ଗୁଳିରେ ଜଣଙ୍କର ମୃତ୍ୟୁ

280

କନକ ବ୍ୟୁରୋ: ବିହାର କଟିହାରରେ ଜଣେ ବ୍ୟକ୍ତିଙ୍କ ଦେହରେ ଗୁଳି ବାଜିବା ଯୋଗୁ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନେକ ସଂଖ୍ୟାରେ ଲୋକ ବାରସୋଇ ଅଞ୍ଚଳ ବିଜୁଳି କାଟକୁ ନେଇ ପ୍ରଦର୍ଶନ କରିଆସୁଥିଲେ । ଏହି ପ୍ରଦର୍ଶନରେ ପଞ୍ଚାୟତର ନେତା ଏବଂ ଜନପ୍ରତିନିଧି ସାମିଲ ରହିଥିଲେ । ବିରୋଧ ବେଳେ ଲୋକେ ସାମାନ୍ୟ ଉତ୍ତ୍ୟକ୍ତ ହୋଇଯାଇଥିଲେ । ପୁଲିସ ଭିଡକୁ ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ ଏବଂ ଶୂନ୍ୟରେ ଗୁଳି ଚଳାଇଥିଲା ।

ଗୁଳିଚାଳନା ବେଳେ ୩ ଜଣଙ୍କର ଦେହରେ ପୁଲିସର ଗୁଳିବାଜିଥିଲା । ସ୍ଥାନୀୟ ଲୋକଙ୍କ ଅନୁସାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଲିସ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛି । ଏହି ଘଟଣା ପରେ ପୂରା ଅଞ୍ଚଳରେ ଉତ୍ତେଜନା ସ୍ଥିତି ଲାଗିରହିଛି । ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।