କନକ ବ୍ୟୁରୋ: ସାରା ଦେଶରେ ଗତ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ବୃଦ୍ଧି ଦେଖିବାକୁ ମିଳିଛି । ଗତ ୨୪ ଘଂଟାରେ ସାରା ଦେଶରେ ୭୭ ହଜାର ୨୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଂଟାରେ ୧ ହଜାର ୫୭ ଜଣଙ୍କର କରୋନା ସଂକ୍ରମଣରେ ଜୀବନ ଯାଇଛି । ୭୭ ହଜାରରୁ ଅଧିକ ଆକ୍ରାନ୍ତ ସହିତ ଦେଶରେ ଆକ୍ରାନ୍ତ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ଅତିକ୍ରମ କରିଛି । ଦେଶରେ ଏବେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ୫୦୧ କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ୭ ଲକ୍ଷ ୪୨ ହଜାର ୨୩ ଆକ୍ଟିଭ୍ ମାମଲା ରହିଛି । ଚିକିତ୍ସା ପରେ ସୁସ୍ଥ ହେଲେଣି ୨୫ ଲକ୍ଷ ୮୩ ହଜାର ୯୪୮ ଜଣ । ଗୋଟିଏ ଦିନରେ ୧ ହଜାର ୫୭ ଜଣଙ୍କ ମୃତ୍ୟୁ ପରେ ମୋଟ୍ ମୃତ୍ୟୁ ସଂଖ୍ୟା ୬୧ ହଜାର ୫୨୯କୁ ବୃଦ୍ଧି ହୋଇଛି ।