ଦିନକରେ ସର୍ବାଧିକ ୬୨ ହଜାର ୫୩୮ ପଜିଟିଭ ଚିହ୍ନଟ, ୮୮୬ମୃତ । ଦେଶରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧ ହଜାର ୫୮୫କୁ ବୃଦ୍ଧି

ଦିନକରେ ସର୍ବାଧିକ ୬୨ ହଜାର ୫୩୮ ପଜିଟିଭ ଚିହ୍ନଟ, ୮୮୬ମୃତ ।  ଦେଶରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧ ହଜାର ୫୮୫କୁ ବୃଦ୍ଧି

କନକ ବ୍ୟୁରୋ: ଅଗଷ୍ଟ ୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୦,୨୭,୦୭୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆଜି ସବୁ ଦିନର ରେକର୍ଡ ଭାଙ୍ଗିଛି କରୋନା। ଏହି ଭୂତାଣୁ ଦ୍ବାରା କବଳିତ ହୋଇ ୨୪ଘଣ୍ଟାରେ ସର୍ବାଧିକ ୬୨,୫୩୯ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଗତ କିଛି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା କମ ହୋଇଥିବା ବେଳେ ଆଜି ୨୪ଘଣ୍ଟା‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦,୦୦୦ ପାର କରିଛି।

ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭୮୧୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୪୧୫୮୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ  ଜଣାପଡ଼ିଥିବା ୬୨,୫୩୯ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୩୮୪ ରହିଛି। ୨୪ ଘଣ୍ଟାରେ ୮୮୬ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe