ଉଦ୍ୟୋଗପତି ବିଜୟ ମାଲ୍ୟାଙ୍କୁ ଝଟକା : ଦେବାଳିଆ ଘୋଷଣା କଲେ ଲଣ୍ଡନ କୋର୍ଟ, ବକେୟା ଆଦାୟ କରିପାରିବେ ଭାରତୀୟ ବ୍ୟାଙ୍କ

174

କନକ ବ୍ୟୁରୋ : ଉଦ୍ୟୋଗପତି ବିଜୟମାଲ୍ୟାଙ୍କୁ ଲଣ୍ଡନ କୋର୍ଟର ଝଟକା । ପଳାୟନବାଦୀ ମାଲ୍ୟାଙ୍କୁ କୋର୍ଟ ଦେବାଳିଆ ବୋଲି ଘୋଷଣା କରିଛନ୍ତି । ଏହା ପରେ ତାଙ୍କର ସମସ୍ତ ସମ୍ପତ୍ତିକୁ ଜବତ କରିବାକୁ ପଥ ପରିସ୍କାର ହୋଇଛି । ଏହାସହ ଭାରତୀୟ ବ୍ୟାଙ୍କ ମାନେ ଦେଇଥିବା ଋଣ ବାବଦରେ ନିଜ ଅର୍ଥ ଆଦାୟ କରିପାରିବେ ବୋଲି ଘୋଷଣା କରିଛନ୍ତି ଲଣ୍ଡନର ଚିଫ୍ ଇନସୋଲଭେନ୍ସିଜ୍ ଆଣ୍ଡ୍ କମ୍ପାନୀଜ୍ କୋର୍ଟ ।

ସୂଚନା ମୁତାବକ , କିଙ୍ଗ ଫିସର୍ ସମେତ ଅନ୍ୟ ବିଜନେସ୍ ପାଇଁ ୧୩ରୁ ଉଦ୍ଧ୍ୱର୍ ବ୍ୟାଙ୍କ ଗୁଡିକରୁ ୯,୦୦୦ କୋଟି ଟଙ୍କାର ଋଣ ଆଣିଥିଲେ ମାଲ୍ୟା । କିନ୍ତୁ କମ୍ପାନୀ କ୍ଷତି ସହିବାରୁ ଋଣ ପରିଶୋଧ କରିବାକୁ ଫାଙ୍କିବା ସହ ବାକିଥିବା ଟ୍ୟାକ୍ସ ମଧ୍ୟ ଫାଙ୍କିଥିଲେ । ଫଳରେ ଦୀର୍ଘ ଦିନ ହେବ ଲଣ୍ଡନରେ ଶରଣାର୍ଥୀ ଭାବେ ରହିଆସୁଥିଲେ । ତାଙ୍କ ବିରୋଧରେ ଭାରତ ପକ୍ଷରୁ ଏକାଧିକ ମାମଲା ଦାଏର ହେବା ପରେ ଏହି ମାମଲା ଲଣ୍ଡନ କୋର୍ଟକୁ ହସ୍ତାନ୍ତର କରାଯାଇଥିଲା । ଭାରତୀୟ ବ୍ୟାଙ୍କ ଗୁଡିକର ପ୍ରତିନିଧିତ୍ୱ କରୁଥିବା ଟିଏଲଟି ଏଲଏଲପି ପକ୍ଷରୁ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିବାକୁ ଅପିଲ କରାଯାଇଥିଲା । ଏହା ଉପରେ ବିଚାର କରି ଶେଷରେ ଲଣ୍ଡନ୍ କୋର୍ଟ ତାଙ୍କୁ ଦେବାଳିଆ ଘୋଷଣା କରିଛନ୍ତି । ଫଳରେ ବ୍ୟାଙ୍କ ଗୁଡିକ ଆଶ୍ୱସ୍ତ ହୋଇଛନ୍ତି ।