ଭୁବନେଶ୍ୱରରେ ଟ୍ରେନ୍ ସେବା ପ୍ରଭାବିତ ଯୋଗୁ ଯାତ୍ରୀ ହନ୍ତସନ୍ତ ଘଟଣା। ପୂର୍ବତଟ ରେଳବାଇ କହିଲା ଆସନ୍ତାକାଲିଠୁ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ

ଭୁବନେଶ୍ୱରରେ ଟ୍ରେନ୍ ସେବା ପ୍ରଭାବିତ ଯୋଗୁ ଯାତ୍ରୀ ହନ୍ତସନ୍ତ ଘଟଣା। ପୂର୍ବତଟ ରେଳବାଇ କହିଲା ଆସନ୍ତାକାଲିଠୁ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ

କନକ ବ୍ୟୁରୋ: ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ସ୍ୱାଭାବିକ ହେବ ଟ୍ରେନ୍ ଚଳାଚଳ । ବାରଙ୍ଗ ଓ ଖୋର୍ଦ୍ଧାରୋଡ୍ ମଧ୍ୟରେ ବହୁ ପ୍ରତିକ୍ଷିତ ତୃତୀୟ ରେଳ ଲାଇନ୍ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ରେଳ ଲାଇନକୁ ସିଆରଏସଙ୍କ ଦ୍ୱାରା ମଂଚେଶ୍ୱର ଓ ଭୁବନେଶ୍ୱର ମଧ୍ୟରେ ଯାଂଚ ପରେ କାର୍ଯ୍ୟକ୍ଷମ କରିବାକୁ ଅନୁମତି ମିଳିଛି । ଏବେ ଟ୍ରାକ୍ ଲିଙ୍କ ହେଉଛି, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ନିରାପତା ସମ୍ବନ୍ଧୀୟ କାମ । ଏହା ସହ ଭବିଷ୍ୟତରେ ବାରଙ୍ଗ ଓ ଖୋର୍ଦ୍ଧାରୋଡ୍ ମଧ୍ୟରେ ଅସୁବିଧା ମୁକ୍ତ ଟ୍ରେନ୍ ଚଳାଚଳ ପାଇଁ ସିଗନାଲ ସିଷ୍ଟମ କାର୍ଯ୍ୟର ଆଧୁନିକୀକରଣ ହେଉଛି । ଏହି ପ୍ରକଳ୍ପ କାମ ଶେଷ ହେବା ପରେ ବାରଙ୍ଗ ଓ ଖୋର୍ଦ୍ଧାରୋଡ୍ ମଧ୍ୟରେ ଟ୍ରେନ୍ ସେବା ସହଜ ହେବ ।

ଏଥିସହ ହରିଦାସପୁର, କଟକ, ସମ୍ବଲପୁର, ସମ୍ବଲପୁର ସିଟି ରେଳ ଷ୍ଟେସନ୍ ସମେତ ବିଭିନ୍ନ ସ୍ଥାନରେ ପ୍ରମୁଖ ନିରାପତା ସମ୍ବନ୍ଧୀୟ ଓ ଭିତିଭୂମି ବିକାଶମୂଳକ କାମ ହେଉଥିବାରୁ ଟ୍ରେନ୍ ସେବା ପ୍ରଭାବିତ ହୋଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe