କନକ ବ୍ୟୁରୋ: ଚୋରି, ରାହାଯାନୀ, ଲୁଟ ଆଉ ଡକାୟତି । ରାତି ତ’ ରାତି ଏଠି ଦିନରେ ବି ଲୋକେ ଅସୁରକ୍ଷିତ । ଘଣ୍ଟାଏ ଛାଡି କି ଗଲେ ଘର ଭିତରେ ପଶି ଅବସ୍ଥା ବାର ବଜେଇ ଦେଉଛନ୍ତି ଲୁଟେରା । ଲୁଟେରାଙ୍କ କାରନାମା ଦେଖିଲେ ଲାଗୁଛି, ସତେ ଯେମିତି ଅପରାଧୀମାନେ ଏବେ ଉପରମୁହାଁ । ମାଳମାଳ ଚୋରୀ ଡକାୟତି ହେଉଥିବା ବେଳେ, କାଁ ଭାଁ ଅପରାଧୀ ଧରାପଡ଼ୁଛନ୍ତି । ଆଉ ଅଧିକାଂଶ ମାମଲାରେ ପୁଲିସ୍ ଫେଲ ।
ଏକଥା ଆମେ କହୁନୁ, ବରଂ କହୁଛନ୍ତି ଖୋଦ ରାଜଧାନୀବାସୀ । ଅପରାଧୀଙ୍କ ଉତ୍ପାତ ଦେଖି ଘର ମାଲିକମାନେ ଏବେ ରାଜଧାନୀ ଛାଡି ଗାଁକୁ ଚାଲିଯିବାକୁ ବସିଲେଣି । ଏପରିକି ପୁଲିସ କରୁଥିବା ତଦନ୍ତ ପ୍ରକ୍ରିୟାକୁ ନେଇ ପୁଲିସ ଉପରେ ସନ୍ଦେହ ସୃଷ୍ଟି କରିଛନ୍ତି ଅଭିଯୋଗକାରୀ ।
- ଖସିଗଲେ ସୁନା ଦୋକାନ ମାଲିକ!
- ସୁନା ପାଇଲେନି ଅଭିଯୋଗକାରୀ !
ସେପଟେ ଦିନ ଦ୍ୱିପ୍ରହରରେ ସୁରଞ୍ଜନ ଦାସଙ୍କ ଘରେ ପଶି ସୁନା ଗହଣା ଲୁଟ ଘଟଣାରେ ବଡଗଡ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଚୋରୀ ଯାଇଥିବା ସୁନା, ଟଙ୍କାର ଅଳ୍ପ କିଛି ଅଂଶ ମିଳିଥିବା ବେଳେ ବାକି ସୁନା ଓ ଟଙ୍କା କୁଆଡେ ଗଲା ସେନେଇ ପ୍ରଶ୍ନ ଉଠାଇଛନ୍ତି ସୁରଞ୍ଜନ । ଏପରିକି ଏହି ଚୋରି ଜିନିଷ ଜଣେ ସୁନା ଦୋକାନ ମାଲିକଙ୍କୁ ବିକ୍ରି କରାଯାଇଥିବା ବେଳେ, ତାଙ୍କୁ ପୁଲିସ ଛାଡି ଦେଇଥିବା ଅଭିଯୋଗ କରିଛନ୍ତି ସୁରଞ୍ଜନଙ୍କ ସଂପର୍କୀୟ । ତେବେ ପୁଲିସ କହିଛି, ଏହି ଘଟଣାରେ ଯେ କେହି ବି ଥାନ୍ତୁ ତଦନ୍ତ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ।
ରାଜଧାନୀରେ କ୍ରମାଗତ ଲୁଟପାଟ୍ ଘଟଣାକୁ ନେଇ ଲୋକଙ୍କ ଛାତିରେ ଛନକା ପଶିଛି । ଘର ଭିତରେ ହେଉ କି ବାହାରେ ଲୋକମାନେ ଏବେ ନିଜ ସୁରକ୍ଷାକୁ ନେଇ ତ୍ରାହି ତ୍ରାହି ଡାକିବା ଆରମ୍ଭ କରିଦେଲେଣି । ଏଭଳି ସ୍ଥିତିରେ କମିଶନରେଟ ପୁଲିସ ଉପରୁ ଲୋକଙ୍କ ଆସ୍ଥା ଧୀରେ ଧୀରେ ତୁଟୁ ଥିବା ବେଳେ, କମିଶନରେଟ ପୁଲିସ ଏବେ କୋମାରେ ଓ ପାଟ୍ରୋଲିଂ ବ୍ୟବସ୍ଥା ଆଇସିୟୁରେ ପଡିଥିବା ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2023/11/17-22.jpg)