ଭୁବନେଶ୍ୱରରେ ବସ୍ତି ଅଂଚଳର ବଢ଼ୁଛି କରୋନା । ପ୍ରତ୍ୟେକ ଦିନ ନୂଆ ବସ୍ତିରୁ ଚିହ୍ନଟ ହେଉଛନ୍ତି କରୋନା ପଜିଟିଭ : ବୁଧବାର ୨ ବସ୍ତି ସାମିଲ
କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ବସ୍ତି ଅଂଚଳର ବଢ଼ୁଛି କରୋନା । ପ୍ରତ୍ୟକ ଦିନ ନୂଆ ନୂଆ ବସ୍ତିରୁ ଚିହ୍ନଟ ହେଉଛନ୍ତି କରୋନା ସଂକ୍ରମିତ । ବୁଧବାର ଚିହ୍ନଟ ହୋଇଥିବା କରୋନା ସଂକ୍ରମିତ ଥିବା ତାଲିକାରେ ଯୋଡି ହୋଇଛି ଡୁମଡୁମାର ରଘୁନାଥ ନଗର ବସ୍ତି ଓ ଶୁକ ବିହାର ବସ୍ତି । ଗତକାଲି ଚିହ୍ନଟ ହୋଇଥିବା ସ୍ଥାନୀୟ ୮ ସଂକ୍ରମିତଙ୍କ ମଧ୍ୟରୁ ରଘୁନାଥ ନଗର ବସ୍ତିରୁ ୨ଜଣ ଓ ଶୁକ ବିହାର ବସ୍ତିରୁ ଜଣେ ଚିହ୍ନଟ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ଡୁମଡୁମା ସୁବାସନଗର ବସ୍ତିିରେ ସ୍ଥିତି ସୁଧୁରିବା ପରେ ଏହାକୁ କଂଟେନମେଂଟ ଜୋନ୍ ମୁକ୍ତ ଘୋଷଣା କରିଛି ବିଏମସି । ଏହି ବସ୍ତିରୁ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜୁନ୍ ୨୦ରୁ ଏହି ଅଂଚଳକୁ କଂଟେନମେଂଟ ଜୋନ୍ ଘୋଷଣା କରିଥିଲା ବିଏମସି । ରାଜଧାନୀରେ ଏବେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୨ରେ ପହଁଚିଛି । ଏଥିରୁ ୧୯୨ ଜଣ ସୁସ୍ଥ ହୋଇଥିବାବେଳେ ୧୩୫ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ।