ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ । ବିଏମସି କମିଶନର ସଂଜୟ ସିଂହ କହିଲେ, ସଫଳ ହେଉଛି ଲକଡାଉନ । 

257

କନକ ବ୍ୟୁରୋ: ଭୁବନେଶ୍ୱରରେ ଧିରେ ଧିରେ କମୁଛି କରୋନା ସଂକ୍ରମଣ । କ୍ରମାଗତ ଭାବେ  ୫ ଦିନ ହେବ କରୋନା ସଂକ୍ରମିତ ସଂଖ୍ୟା କମିଛି । ବିଏମସି କମିଶନର ସଂଜୟ ସିଂହ କହିଛନ୍ତି, ରାଜଧାନୀରେ କରାଯାଉଥିବା ତାଲାବନ୍ଦ ସଫଳ ହେଉଛି । ଲକଡାଉନ୍ ଯୋଗୁଁ ଲୋକଙ୍କ ଗହଳି କମିଛି, ତେଣୁ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସଂକ୍ରମଣ ସଂଖ୍ୟା ମଧ୍ୟ କମୁଛି ।

ରାଜ୍ୟରେ ୨୪ଘଂଟାରେ ୧୧ହଜାର ୧୦୮ପଜିଟିଭ ଚିହ୍ନଟ ହେବା ସହ  ୨୬ ଜଣଙ୍କ ମୃତ୍ୟୁ ହୋଇଛି ।  ସଙ୍ଗରୋଧ କେନ୍ଦ୍ରରୁ ୬ହଜାର ୨୧୯ ଏବଂ ୪ହଜାର ୮୮୯ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ଶହ ୫୧ ରହିଛି । ଭୁବନେଶ୍ୱର ରିପୋର୍ଟ ଯଦିଓ ଆସିନାହିଁ । କିନ୍ତୁ ଗତ ୫ ଦିନ ହେବ ରାଜଧାନୀରେ କରୋନା ସଂକ୍ରମଣ ହାର କମିଛି ।

ଗତକାଲି ଭୁବନେଶ୍ୱରରେ ୧୧ଶହ ୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ମେ ୧୫ ତାରିଖ ଠାରୁ ଧିରେ ଧିରେ ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବିଏମସି କମିଶନର କହିଛନ୍ତି ।