ନିପାତ ହେଲେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକାରୀ । ୨୪ ଘଣ୍ଟାରେ ପ୍ରତିଶ୍ରୁତି ପୂରା କଲା ଭାରତୀୟ ସେନା

1,374

କନକ ବ୍ୟୁରୋ : ୨୪ ଘଣ୍ଟା ମଧ୍ୟରେ ପ୍ରତିଶ୍ରୁତି ପୂରା କଲା ଭାରତୀୟ ସେନା । କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକାରୀକୁ ନିହତ କଲା ଭାରତୀୟ ସେନା । କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ପରେ ସୁରକ୍ଷା କର୍ମୀ ତାଙ୍କ ସ୍ତ୍ରୀ ମିନାକ୍ସିଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଦୁଇଦିନ ମଧ୍ୟରେ ରାହୁଲଙ୍କ ହତ୍ୟା କରିଥିବା ଆତଙ୍କବାଦୀଙ୍କୁ ନିପାତ କରାଯିବ । ୨୪ ଘଣ୍ଟା ନପୁରୁଣୁ ହତ୍ୟାକାରୀ ଆତଙ୍କବାଦୀକୁ ନିପାତ କରିଛି ଭାରତୀୟ ସେନା ।
ମିଳିଥିବା ସୂଚନା ଅନୁସାରେ, ବାନ୍ଦିପୋରାରେ ଆଜି ଜୋରଦାର ସର୍ଚ୍ଚ ଅପରେସନ୍ କରାଯାଇଥିଲା । ଏହି ଅପରେସନରେ ୩ଜଣ ଆତଙ୍କବାଦିଙ୍କୁ ନିହତ କରାଯାଇଛି । ୩ଜଣଙ୍କ ମଧୟରୁ ଦୁଇଜଣ ରାହୁଲଙ୍କ ହତ୍ୟା ମାମଲାରେ ସାମିଲ ଥିବା ଜଣାପଡିଛି ।
ତେବେ କହିରଖୁଛୁ କି, ଗତକାଲି କିଛି ଆତଙ୍କବାଦୀ ତହସିଲ ଅଫିସରେ ପସି ଗୁଳିମାଡ କରିଥିଲେ । ସେହି ଗୁଳିମାଡରେ ରାଜସ୍ୱ ବିଭାଗର ଅଧିକାରୀ ଭାବେ କାମ କରୁଥିବା ରାହୁଲ ଭଟ୍ଟଙ୍କର ମୃତ୍ୟୁ ହୋଇଥିଲା ।