ବାଲେଶ୍ୱର ସଦର ଆସନରେ ତୃତୀୟ ରାଉଣ୍ଡରେ ବି ବିଜେଡି ଆଗରେ: ତୃତୀୟ ପର୍ଯ୍ୟାୟ ଗଣତି ଶେଷ ସୁଦ୍ଧା ୧୪ ଶହ ୮୬ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଆଗୁଆ ।

Advertisment
ବାଲେଶ୍ୱର ଓ ତିର୍ତ୍ତୋଲରେ ବିଜେଡ଼ି ଆଗୁଆ: ବାଲେଶ୍ୱରରେ ସ୍ୱରୁପ ଦାସ, ତିର୍ତ୍ତୋଲରେ ବିଜୟ ଶଙ୍କର ଦାସ ଆଗରେ

କନକ ବ୍ୟୁରୋ: ବାଲେଶ୍ୱରରେ ଆଗେଇ ଚାଲିଛି ବିଜେଡି । ଲଗାତର ତୃତୀୟ ରାଉଣ୍ଡ ଭୋଟ୍ ଗଣତି ଶେଷ ସୁଦ୍ଧା ବାଲେଶ୍ୱର ସଦର ଆସନରେ ବହୁ ଆଗରେ ରହିଛି ବିଜୁ ଜନତା ଦଳ । ଗଣତି ବଢିବା ସହ ବିଜେଡିର ଭୋଟ୍ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛଇ । ତେବେ ଭୋଟ ଗଣତିର ତୃତୀୟ ପର୍ଯ୍ୟାୟ ଟ୍ରେଣ୍ଡରେ ବିଜେଡିକୁ ୩ହଜାର ୨୭୩ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୨ହଜାର ୮୪୧ଖଣ୍ଡ ଏବଂ କଂଗ୍ରେସ ହାତକୁ ଯାଇଛି ମାତ୍ର ୩୨୫ ଖଣ୍ଡ ଭୋଟ୍ ।

ତେବେ ବାଲେଶ୍ୱର ଆସନରୁ ଏଯାବତ୍ ବିଜେଡୁକୁ ମୋଟ୍ ୧୦ ହଜାର ୪ଶହ୧ ଟି ଭୋଟ୍ ମିଳିଥିବା ବେଳେ ବିଜେପିକୁ ୮ହଜାର ୯୧୫ଟି ଭୋଟ୍ ଏବଂ କଂଗ୍ରେସକୁ ୧୨୬୫ ଖଣ୍ଡ ଭୋଟ ମିଳିଛ ମିଳିଛ । ସେହିଭଳି ବାଲେଶ୍ୱର ସଦର ଆସନର ଚର୍ଚ୍ଚିତ ଚେହେରା ତଥା ସ୍ୱାଧୀନ ପ୍ରାର୍ଥୀ ବେଣୁ ମଉସାଙ୍କୁ ତୃତୀୟ ରାଉଣ୍ଡ ୨୭ ଘଣ୍ଡ ଭୋଟ୍ ମିଳିଥିବା ବେଳେ ମୋଟ୍ ୯୯ଟି ଭୋଟ୍ ମିଳିଛି ।

ସେହିଭଳି ବାଲେଶ୍ୱର ତୃତୀୟ ପର୍ଯ୍ୟାୟ ଭୋଟ୍ ଗଣତିରେ ବିଜେପିଠାରୁ ମାତ୍ର ୪୩୨ ଖଣ୍ଡ ଭୋଟରେ ବିଜେଡି ଆଗୁଆ ରହିଥିବା ବେଳେ ମୋଟ୍ ଭୋଟ୍ ରେ ୧୪ ଶହ ୮୬ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କଠାରୁ ଆଗରେ ଆଛନ୍ତି ବିଜେଡି ପ୍ରାର୍ଥୀ ସ୍ୱରୂପ କୁମାର ଦାସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe