ବାଲେଶ୍ୱରରେ ମାଛ ଧରା ଜାଲରେ ଲାଗିଲା ରକେଟ୍ : ଦେଖିବାକୁ ଲାଗିଲା ଲୋକଙ୍କ ଭିଡ; ନିୟମିତ ପରୀକ୍ଷଣ ପରେ ମିଶାଇଲକୁ ହିଟ୍ କରିଥିବା ଡେମୋ ଜେଟ

444

କନକ ବ୍ୟୁରୋ : ମାଛ ଧରା ଜାଲରେ ଲାଗିଲା ରକେଟ । ଗ୍ତକାଲି ମାଛଧରିବାକୁ ସମୁଦ୍ରକୁ ଯାଇଥିବା ବେଳେ ତାଳପଡା ଅଂଚଳରେ ଜଣେ ଲୋକଙ୍କ ମାଛ ଜାଲରେ ଏକ ଛୋଟ ରକେଟ ପଡିବା ପରେ ଟାଣି ଟାଣି କୂଳକୁ ଆଣିଥିଲେ । ଯେଉଁଥିରେ ଲେଖା ଅଛି ବଂଶୀ । ଛୋଟ ବ୍ୟାଟେରୀ ମଧ୍ୟ ଲାଗିଛି । ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ସୂଚନା ମୁତାବକ ଏୟାର କ୍ରାଫ୍ଟର ନିୟମିତ ପରୀକ୍ଷଣ ଅଭ୍ୟାସ ପରେ ମିଶାଇଲକୁ ହିଟ କରିଥିବା ଏହା ଏକ ଡେମୋ ଜେଟ । ଯାହା ନିଷ୍କ୍ରିୟ ଓ ଅନାବଶ୍ୟକ । ଅଭ୍ୟାସ ପରେ ଏହି ଡେମୋ ଜେଟ ମିଶାଇଲ ହିଟ କରି ସମୁଦ୍ର କିମ୍ବା ପରୀକ୍ଷଣ କେନ୍ଦ୍ର ପରିଧି ଆଖପାଖରେ ଖସିପଡିଥାଏ ।