କନକବ୍ୟୁରୋ :ବଡଚଣାରେ ବର୍ଷାଙ୍କ ରୋଡ ସୋ । ଯାଜପୁର ବଡଚଣାର ବିଜେଡି ପ୍ରାର୍ଥି ବର୍ଷା ପ୍ରିୟଦର୍ଶିନୀ ଏକ ବିଶାଳ ରୋଡ ସୋ କରି ଏଣ୍ଟି ମାରିଛନ୍ତି । ଛତିଆ ନେଳିଆ ଛକଠାରୁ ମୋଟର ସାଇକେଲ ରାଲିରେ ବାହାରି ମହାବିନାୟକ ମନ୍ଦିରରେ ପହଂଚି ପୂଜାର୍ଚନା କରିଛନ୍ତି ।
ତେବେ ପ୍ରଥମ ପ୍ରବେଶରେ ବର୍ଷା ବଡଚଣାବାସୀଙ୍କୁ ଶ୍ରଦ୍ଧା ସମ୍ମାନ ଜଣାଇବା ସହ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ବର୍ଷାଙ୍କ ସହିତ ଯାଜପୁର ଲୋକସଭା ସାଂସଦ ପ୍ରାର୍ଥି ଶର୍ମିଷ୍ଠା ସେଠୀ, ବଡଚଣାର ବିଜେଡି ନେତା ଜନ୍ମେଜୟ ଲେଙ୍କା, ରାଜନାରାୟଣ ମହାପାତ୍ର, ଜିଲ୍ଳା ପରିଷଦ ଉପ-ସଭାପତି ଗଣେଶ୍ୱର ବରାଳଙ୍କ ସମେତ ଅମର ଶତପଥିଙ୍କ ସମର୍ଥକଙ୍କୁ ଦେଖିବାକୁ ମିଳିଛି ।