ବିଜେପି ନେତା ଓ କଂଗ୍ରେସ ନେତ୍ରୀଙ୍କୁ ମୁଖ୍ୟ ନିର୍ବାଚନ କମିଶନଙ୍କ କାରଣ ଦର୍ଶାଅ ନୋଟିସ । ବିଜେପି ନେତା ଦିଲ୍ଲୀପ ଘୋଷ ଓ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କୁ ଇସିର ନୋଟିସ

116

କନକ ବ୍ୟୁରୋ : ବିବାଦୀୟ ବୟାନ ଦେବା ପରେ ଅଡୁଆରେ ବିଜେପି ନେତା ଦିଲ୍ଲୀପ ଘୋଷ । ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ଉପରେ ଆପତିଜନକ ଟିପ୍ପଣୀ ଦେବା ପରେ ଦିଲ୍ଲୀପଙ୍କୁ ଏବେ ନୋଟିସ ପଠାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ । କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତ ଇସି । ନିକଟରେ ଟିଏମସିର ଏକ ପ୍ରଚାର ଭିଡିଓକୁ କଟାକ୍ଷ କରି ଦିଲ୍ଲୀପ ମମତାଙ୍କୁ ଟାର୍ଗେଟ କରିଥିଲେ । ଦିଲ୍ଲୀପ କହିଥିଲେ ମମତା ଯେଉଁ ରାଜ୍ୟକୁ ଯାଉଛନ୍ତି ନିଜକୁ ସେହି ରାଜ୍ୟର ଝିଅ ବୋଲି କହୁଛନ୍ତି । ମମତା ଆଗେ ସ୍ପଷ୍ଟ କରନ୍ତୁ ସେ କାହା ଝିଅ ଓ ତାଙ୍କ ବାପା କିଏ । ବିଜେପି ନେତାଙ୍କ ବୟାନକୁ ବିରୋଧ କରି ନିର୍ବାଚନ ଓ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛି ଟିଏମସି । ଅନ୍ୟପଟେ ବିଜେପି ମଧ୍ୟ ଦିଲ୍ଲୀପଙ୍କୁ ତାଗିଦ କରିବା କାରଣ ଦର୍ଶାଅ ନୋଟିସ ଜାରି କରିବା ପରେ କ୍ଷମା ମାଗିଛନ୍ତି ।

ମୁଖ୍ୟ ନିର୍ବାଚନ କମିଶନ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେଟଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ପଠାଇଛନ୍ତି । ବିଜେପିର ହିମାଚଳ ମଣ୍ଡି ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ନାଁରେ ସୁପ୍ରିୟାଙ୍କ ଆପତିଜନକ ଟିପ୍ପଣୀ ଓ ବିବାଦୀୟ ଫଟୋ ପୋଷ୍ଟକୁ ନେଇ ନୋଟିସ ପଠାଇଛନ୍ତି ନିର୍ବାଚନ କମିଶନ । ମଙ୍ଗଳବାର ଦିଲ୍ଲୀ ମହିଳା କମିଶନ ଇସିଙ୍କୁ ଚିଠି ଲେଖି ଘଟଣାରେ ହସ୍ତକ୍ଷେପ କରିବାକୁ କହିଥିଲା । କଂଗ୍ରେସ ନେତ୍ରୀଙ୍କଠୁ ତୁରନ୍ତ ଜବାବ ତଲବ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ମହିଳା କମିଶନ