ଭାରତୀୟ ଯୁଦ୍ଧ ବିମାନ ବାଲାକୋଟରେ ଥିବା ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଆକ୍ରମଣ କରିଛି ବୋଲି ଏହାର ଜଣେ ବରିଷ୍ଠ ନେତା ଅଡିଓ ଟେପ୍ ଜରିଆରେ ସ୍ୱୀକାର କରିଛି। ବାଲାକୋଟରେ ଥିବା ଜୈସ ଏ ମହମ୍ମଦର ପ୍ରଶିକ୍ଷଣ ଶିବିରଗୁଡିକୁ ଭାରତ ନଷ୍ଟ କରିଛି ବୋଲି ଜୈସ-ଏ ମହମ୍ମଦର ମୁଖ୍ୟ ମାସୁଦ୍ ଆଝାରର ଭାଇ ମୌଲାନା ଅମ୍ମର କହିଛି।
ସେ ଅଡିଓ ଟେପ୍ ଜାରି କରିଛି। ଏହାକୁ ପ୍ରଥମେ ଜଣେ ପାକିସ୍ତାନୀ ସାମ୍ବାଦିକ ଟ୍ଵିଟ୍ କରିଥିଲେ। ଏହି ସାମ୍ବାଦିକ ଜଣକ ଫ୍ରାନ୍ସରେ ରହୁଛନ୍ତି। ତେବେ ଏଥିରେ କେତେ ଜଣ ମୃତାହତ ହୋଇଛନ୍ତି ଓ କିଭଳି କ୍ଷୟକ୍ଷତି ଘଟିଛି,ସେ ସଂପର୍କରେ କିଛି ସୂଚନା ଦେଇ ନାହାଁନ୍ତି ମୌଲାନା ଅମ୍ମର।
ଜଣେ ଭାରତୀୟ ବରିଷ୍ଠ ନିରପତ୍ତା ଅଧିକାରୀ କହିଛନ୍ତି ଯେ,ଏୟାର ଷ୍ଟ୍ରାଇକ୍ ସଂପୂର୍ଣ୍ଣ ସଫଳ ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଡିଓରେ ଥିବା ସନ୍ଦେଶରୁ ଜଣାଯାଇଛି ଯେ ଏହି ଆକ୍ରମଣ ଫଳରେ ଜୈସ ଏ ମହମ୍ମଦର ମେରୁଦଣ୍ଡ ଭାଙ୍ଗିଯାଇଛି।
Follow Us
/kanak/media/post_attachments/wp-content/uploads/2019/03/palwama-300x169.jpg)
/kanak/media/post_attachments/wp-content/uploads/2019/03/46fc897d43faf94b69e7b52962058275-300x169.jpg)