ନଭି ମୁମ୍ବାଇର ତାଲୋଜିଆ ଜେଲକୁ ସ୍ଥାନାନ୍ତର ହେଲେ ରିପବ୍ଲିକ୍ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ: ଜେଲରେ ମୋବାଇଲ ବ୍ୟବହାର କରୁଥିବା ଅଭିଯୋଗ ପରେ ଆରମ୍ଭ ହେଲା ତଦନ୍ତ

୧୦ ତାରିଖରେ ଆସିପାରେ ଅର୍ନବଙ୍କ ଜାମିନ ଆବେଦନ ଉପରେ ରାୟ

98

କନକ ବ୍ୟୁରୋ: ନଭି ମୁମ୍ବାଇର ତାଲୋଜା ଜେଲକୁ ସ୍ଥାନାନ୍ତର ହେଲେ ରିପବ୍ଲିକ ଟିଭିର ଏଡିଟର ଇନ ଚିଫ ଅର୍ଣ୍ଣ ଗୋସ୍ୱାମୀ । ବିଚାର ବିଭାଗୀୟ ହାଜତରେ ଥିବା ସମୟରେ ଆଲିବାଗରେ ଏକ କ୍ୱାରେନଟିନ ସେଂଟରରେ ଅର୍ଣ୍ଣବ ମୋବାଇଲ ଫୋନ ବ୍ୟବହାର କରୁଥିବା ନେଇ ଅଭିଯୋଗ ଆସିବା ପରେ ତାଙ୍କୁ ତାଲୋଜା ଜେଲକୁ ପଠାଇଦିଆଯାଇଛି । ରାଇଗଡ କ୍ରାଇମବ୍ରାଂଚର ତଦନ୍ତକାରୀ ଅଧିକାରୀ କହିଛନ୍ତି ଅନ୍ୟଜଣଙ୍କ ମୋବାଇଲ ଫୋନ ବ୍ୟବହାର କରି ସୋସିଆଲ ମିଡିଆରେ ସକ୍ରିୟ ଥିଲେ ଅର୍ଣ୍ଣବ ।

ଗିରଫ ସମୟରେ ଅର୍ଣ୍ଣବଙ୍କ ଫୋନକୁ ଜବତ କରାଯାଇଥିଲା । ତେବେ କ୍ୱାରେନଟିନ ସେଂଟରରେ ଥିବା ସମୟରେ ତାଙ୍କ ପାଖକୁ ମୋବାଇଲ ଫୋନ କୁଆଡୁ ଆସିଲା ବୋଲି ଆଲିବାଗ ଜେଲ ସୁପରିଟେଣ୍ଡେଂଟଙ୍କୁ ରିପୋର୍ଟ ଦେବା ପାଇଁ କ୍ରାଇମବ୍ରାଂଚ ଅଧିକାରୀ କହିଛନ୍ତି । ଇଂଟେରିୟର ଡିଜାଇନର ଏବଂ ତାଙ୍କ ମାଙ୍କୁ ଆତ୍ମହତ୍ୟା ପାଇଁ ଉଷୁକେଇବା ମାମଲାର ୩ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଅର୍ଣ୍ଣବ ଗୋସ୍ୱାମୀ ।