କନକ ବ୍ୟୁରୋ: ଜଙ୍ଗଲ ରକ୍ଷା ପାଇଁ ବାଉଁଶ ଭେଳାରେ ବିପଦ ସଙ୍କୁଳ ଅବସ୍ଥାରେ ଡ୍ୟାମ ପାରି । ୨୦ବର୍ଷର ଜଙ୍ଗଲ ଜଗିବା ପରମ୍ପରା । ଘଂଚ ଜଙ୍ଗଲରେ ପରିଣତ ହେଲା ୫୯ଏକର ଭୂଇଁ । ଏପରି ଏକ ଭଲ ଖବର ଦେଖିବା ଅନୁଗୁଳରୁ । ଏପଟେ ଗାଁ ସେପଟେ ଜଙ୍ଗଲ, ମଝିରେ ଡେରେଜାଙ୍ଗ ଡ୍ୟାମ । କିନ୍ତୁ ଗାଁ ଲୋକଙ୍କୁ ଏମିତି ଜଙ୍ଗଲ ଚିନ୍ତା ଘାରିଛି ଯେ,ପ୍ରତିଦିନ ଡ୍ୟାମକୁ ଭେଳାରେ ପାରି କରି ଜଙ୍ଗଲ ଜଗୁଛନ୍ତି । ଦୁଇ ଦଶନ୍ଧି ଧରି ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ଅନୁଗୁଳର କୁଲେଇ ଗ୍ରାମବାସୀ ଏପରି ପ୍ରୟାସ ଜାରି ରଖିଛନ୍ତି ।
ଗାଁରେ ରହୁଥିବା ୭୫ପରିବାରରୁ ପ୍ରତିଦିନ ୨ଜଣ ବ୍ୟକ୍ତି ଭେଳାରେ ଡ୍ୟାମ ପାରି ହୋଇ ଜଙ୍ଗଲକୁ ଯାଉଛନ୍ତି । ଏଥିପାଇଁ ମା ଗ୍ରାମେଶ୍ୱରୀ ବନ ସୁରକ୍ଷା ସମିତି ଗଠନ କରିଛନ୍ତି । ଜଙ୍ଗଲ ଜଗିବା ଯୋଗୁଁ ଏବେ ୫୯ଏକର ଅଂଚଳ ଘଂଚ ଜଙ୍ଗଲରେ ପରିଣତ ହୋଇଛି । ଏହି ଅଂଚଳ ପୂର୍ବରୁ ଟାଙ୍ଗରା ହୋଇ ରହିଥିବା ବେଳେ ୨୦ବର୍ଷରେ ଏହି ସ୍ଥାନରେ ବିଭିନ୍ନ ଗଛଲତାରେ ପରିପୂର୍ଣ୍ଣ ହୋଇଛି । ଏହି ଜଙ୍ଗଲ ମଧ୍ୟରେ ଏବେ ଶାଳ, ଅସନ, ବାହାଡା, ଅଁଳା, ଶିଶୁ, ଗମ୍ଭୀରା ପରି ଅନେକ ମୁଲ୍ୟବାନ ଗଛ ରହିଛି । ଜଙ୍ଗଲ ସୁରକ୍ଷା କାରଣରୁ ବିଭିନ୍ନ ଜୀବଜନ୍ତୁଙ୍କ ସଂଖ୍ୟା ମଧ୍ୟ ଏଠାରେ ବଢିବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/11-15.jpg)
/kanak/media/post_attachments/wp-content/uploads/2021/01/vlcsnap-2021-01-17-09h23m02s213.png)