ଖୋଲିଲା ସ୍କୁଲ ମାଡ଼ିଲା କରୋନା : ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବାର ୩ ଦିନରେ ୨୬୨ ଛାତ୍ର, ୧୬୦ ଶିକ୍ଷକ କରୋନା ପଜିଟିଭ

2,163

କନକ ବ୍ୟୁରୋ : ଚଳିତ ମାସରେ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଚିନ୍ତା କରୁଥିବା ବେଳେ ଆନ୍ଧ୍ରରୁ ଆସିଛି ଚିନ୍ତାଜନକ ଖବର । ଆନ୍ଧ୍ରପ୍ରଦେଶରେ ସ୍କୁଲ ଖୋଲିବାର ମାତ୍ର ୩ ଦିନରେ ଛାତ୍ର ଓ ଶିକ୍ଷକ ମହାମାରୀ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରେ ୨୬୨ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ୧୬୦ ଶିକ୍ଷକ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

ଏନେଇ ଆନ୍ଧ୍ର ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ ସୂଚନା ଦେଇଥିବା ପିଟିଆଇ ଟ୍ୱିଟ୍ କରି ଜଣାଇଛି । ନଭେମ୍ବର ୨ ତାରିଖରୁ ନବମ ଓ ଦଶମ ଶ୍ରେଣୀ ପାଇଁ ଆନ୍ଧ୍ରରେ ସ୍କୁଲ ଖୋଲିଥିଲା । ତେବେ ଏହି ଘଟଣା ଏବେ ଆନ୍ଧ୍ର ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି ।

ସେପଟେ ରାଜ୍ୟରେ ନଭେମ୍ବର ମାସରୁ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତ ହୋଇଛନ୍ତି ସରକାର । ବର୍ତ୍ତମାନ ପଡୋଶୀ ରାଜ୍ୟରୁ ଏଭଳି ଘଟଣା ସରକାରଙ୍କ ଚିନ୍ତା ବଢାଇଛି ।