କନକବ୍ୟୁରୋ: ନାଇଡୁ, ନୀତିଶ ଖୁସ ଓଡିଶା ନିରାଶ। ଆଜି ମୋଦୀ ସରକାର ତୃତୀୟ ପାଳିର ପ୍ରଥମ ବଜେଟ୍‌ ଉପସ୍ଥାପନ କରିଛନ୍ତି । କିନ୍ତୁ ଏହି ପ୍ରତିକାତ୍ମକ ଚିତ୍ର ଦର୍ଶାଉଛି ଯେ, କିଭଳି ମେଂଟ ସହଯୋଗୀଙ୍କୁ ଖୁସ କରିବାକୁ ପ୍ରୟାସ କରିଛି କେନ୍ଦ୍ର । ନିର୍ମଳାଙ୍କ ସପ୍ତମ ବଜେଟରେ ଓଡ଼ିଶାର ଲାଭ କମ, କ୍ଷତି ଅଧିକ ହେବାକୁ ଯାଉଛି। କାରଣ  ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପ ତୁରନ୍ତ ଶେଷ କରିବାକୁ ଗ୍ରୀନ୍ ସିଗନାଲ ମିଳିଛି û ପୂର୍ବରୁ ପୋଲାଭରମ ପ୍ରକଳ୍ପକୁ ବିଜେଡି ବିରୋଧ କରି ଆସୁଥିଲା ସଂସଦରେ ଏହି ପ୍ରସଙ୍ଗ ବାରମ୍ବାର ଉଠାଇଛି ବିଜୁ ଜନତା ଦଳ û ତେଣୁ ଏବେ ବଜେଟରେ କେନ୍ଦ୍ରର ଅଭିମୁଖ୍ୟକୁ ଓଡ଼ିଶା ସ୍ବାର୍ଥ ବିରୋଧୀ କହି ଘେରିଛନ୍ତି ବିଜେଡି ଓ କଂଗ୍ରେସ। କେନ୍ଦ୍ରରେ ସରକାର ଗଢିବା ପାଇଁ ବିଜେପିକୁ ସହାୟତା କରିଥିବା ନାଇଡୁ ଓ ନୀତିଶ ନିଜନିଜ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦାବି କରିଆସୁଥିଲେ। ହେଲେ ସେଭଳି ନକରି ବଜେଟରେ ବଡ ଉପହାର ଦେଇଛନ୍ତି ମୋଦୀ।

Advertisment

୧- ଆନ୍ଧ୍ରକୁ ୧୫ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ

୨- ବିହାରକୁ ବିଭିନ୍ନ କ୍ଷେତ୍ର ପାଇଁ ୫୮ ହଜାର କୋଟି ଟଙ୍କା

ବଜେଟରେ ଭେଟି ଦେଇଛନ୍ତି । ଅନ୍ୟପକ୍ଷରେ ଓଡିଶାରେ ନୂଆକରି ବିଜେପି ସରକାର ଗଢିଥିଲେ ବି ସେଭଳି କୌଣସି ସ୍ୱତନ୍ତ୍ର ଘୋଷଣା ହୋଇନାହିଁ।

କେନ୍ଦ୍ରରେ ମୋଦୀ ସରକାର ଗଠନରେ ଓଡ଼ିଶାର ପ୍ରମୁଖ ଭୂମିକା ରହିଛି

ପ୍ରଥମଥର ଓଡିଶାରୁ ୨୦ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି

ତେଣୁ ଚଳିତ ବଜେଟରେ ଅଧିକ ଅନୁଦାନ ମିଳିବା ଆକଳନ କରାଯାଉଥିଲା

ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମିଳିବା ନେଇ ଦୀର୍ଘ ଦିନର ଦାବି ରହିଥିଲା

କିନ୍ତୁ ଓଡ଼ିଶାକୁ ଏ କ୍ଷେତ୍ରରେ ନିରାଶ ହେବାକୁ ପଡିଛି। ବନ୍ୟା ପ୍ରଭାବିତ ବିହାରକୁ ହାତଖୋଲି ଆର୍ଥିକ ପ୍ୟାକେଜ ଦିଆଯାଇଥିବା ବେଳେ ଓଡ଼ିଶାକୁ ଖାଲି ହାତରେ ସନ୍ତୁଷ୍ଟ ହେବାକୁ ପଡିଛି। ସେହିଭଳି ବଜେଟରେ ନୂଆ ଏମ୍ସ ପାଇଁ କୌଣସି ଅନୁଦାନ ନଥିବାରୁ ସମ୍ବଲପୁରବାସୀଙ୍କ ଆଶା ମଧ୍ୟ ମଉଳି ଯାଇଛି। ନିର୍ମଳାଙ୍କ ବଜେଟରେ ପର୍ଯ୍ୟଟନ କ୍ଷେତ୍ରରୁ ଗୁରୁତ୍ୱ ଦିଆଯାଇଥିବାରୁ ଓଡିଶା ପାଇଁ ଅନେକ ସମ୍ଭାବନା ରହିଛି। ସେପଟେ ୩କୋଟି ପ୍ରଧାନମନ୍ତ୍ରୀ ଆବାସ ପାଇଁ ଘୋଷଣା ହୋଇଥିବାରୁ ଓଡିଶା ଲାଭବାନ ହେବା ଆଶା। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଓ କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତିତ ଅନ୍ୟାନ୍ୟ ଯୋଜନାରୁ ଓଡିଶାକୁ ପରୋକ୍ଷରେ ଲାଭ ମିଳିବା ଆଶା କରାଯାଉଛି।