ଏମ୍ସରେ ନିଯୁକ୍ତି ହେବେ ବିଦେଶୀ ଶିକ୍ଷକ ! ଡାକ୍ତରୀ ଶିକ୍ଷକ ଅଭାବ ସମସ୍ୟାକୁ ଦୂର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନେଲା ନିଷ୍ପତ୍ତି

Advertisment
ଏମ୍ସରେ ନିଯୁକ୍ତି ହେବେ ବିଦେଶୀ ଶିକ୍ଷକ ! ଡାକ୍ତରୀ ଶିକ୍ଷକ ଅଭାବ ସମସ୍ୟାକୁ ଦୂର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନେଲା ନିଷ୍ପତ୍ତି
କନକ ବ୍ୟୁରୋ : ଦେଶର ୬ଟି ଏମସ ମେଡିକାଲ କଲେଜରେ ଶିକ୍ଷକ ପଦବୀ ପୂରଣ ପାଇଁ ବିଦେଶୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ବର ଏମସ ମେଡିକାଲ କଲେଜ ସମେତ ସବୁ ଏମସରେ ବିଦେଶୀ ଶିକ୍ଷକ ନିଯୁକ୍ତି କରିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଓଭରସିଜ୍ ସିଟିଜେନ୍ ଅଫ ଇଣ୍ଡିଆ ଜରିଆରେ ବିଦେଶୀ ଶିକ୍ଷକମାନଙ୍କ ଠାରୁ ଆବେଦନ ଆହ୍ବାନ କରାଯିବ ବୋଲି ଜଣାପଡ଼ିଛି।
publive-imageମିଳିଥିବା ଖବର ଅନୁଯାୟୀ, ଦେଶରେ ଥିବା ୬ଟି ଏମସରେ ଶିକ୍ଷକମାନଙ୍କର ଅନେକ ପଦବୀ ଖାଲି ପଡ଼ିଥିବାବେଳେ ସେଗୁଡ଼ିକୁ ପୂରଣ କରିବା ପାଇଁ ମନ୍ତ୍ରଣାଳୟ ଦ୍ବାରା ଅବସରପ୍ରାପ୍ତ ଡାକ୍ତର ଏବଂ ପିଜି କରୁଥିବା ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସ ନିଯୁକ୍ତି ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଆଗକୁ ଆହୁରି ୨୧ଟି ନୂଆ ଏମସ ମେଡିକାଲ କଲେଜ ଖୋଲିବାକୁ ଥିବାରୁ ବିଭିନ୍ନ ବିଭାଗରେ ପାଠ ପଢ଼ାଇବାକୁ ଡାକ୍ତରୀ ଶିକ୍ଷକ ଅଭାବ ସମସ୍ୟାକୁ ଦୁର କରିବାକୁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe