ପୁଣି ଏକାଠି ନଜର ଆସିବେ କରନ ଅର୍ଜୁନ : ଆକ୍ସନ୍ ଫିଲ୍ମରେ ଲିଡ୍ ରୋଲରେ ଆସିବେ ବୋଲି ଚର୍ଚ୍ଚା

162

କନକ ବ୍ୟୁରୋ : ଦର୍ଶକଙ୍କ ପାଇଁ ଖୁସି ଖବର । ଅନେକ ଦିନରୁ ବଲିଉଡର ଦବଙ୍ଗ ଖାନ୍ ସଲମାନ ଖାନ୍ ଏବଂ ରୋମାନ୍ସ କିଙ୍ଗ୍ ଶାହାରୁଖଙ୍କୁ ଦର୍ଶକେ ଏକାଠି ବଡ ପରଦାରେ ଦେଖିବାକୁ ଚାହୁଁଛନ୍ତି । ଶେଷଥର ପାଇଁ ଉଭୟ ‘ଜିରୋ’ର ଏକ ଗୀତରେ ଏଠାକି ନଜର ଆସିଥିଲେ । ଏହା ପରେ ଏହି ଦୁଇ କଳାକାର ପଠାନ୍ ଓ ଟାଇଗର-୩ରେ ଅତିଥି କଳାକାର ଭାବେ ଦେଖାଯିବେ । କିନ୍ତୁ ଏବେ ଏହି ଦୁଇଜଣ ସୁପରଷ୍ଟାର ଏକାଠି ଏକ ଆକ୍ସନ୍ ଫିଲ୍ମରେ ଲିଡ୍ ରୋଲରେ ଆସିବେ ବୋଲି ଚର୍ଚ୍ଚା ହେଉଛି ।

ଶୁଣିବାକୁ ମିଳୁଛି ଯେ, ଏହି ଫିଲ୍ମରେ ଭାରତୀୟ ସିନେମାର ସବୁଠୁ ବଡ ଫିଲ୍ମ ହେବ । ଏହାର ବଜେଟ୍ ମଧ୍ୟ ସର୍ବାଧିକ ରହିବ ବୋଲି ଆଶା କରାଯାଉଛି । ଏହାର ପ୍ରଯୋଜନା ଦାୟିତ୍ୱରେ ଆଦିତ୍ୟ ଚୋପ୍ରାଙ୍କ ୟଶରାଜ୍ ଫିଲ୍ମସ ରହିଛି । ଇତିମଧ୍ୟରେ ଏହାର କାହାଣୀ ଲେଖା ହୋଇସାରିଛି । ୨୦୨୩ ଶେଷ ଆଡକୁ କିମ୍ବା ୨୦୨୪ ଆରମ୍ଭରେ ଏହାର ସୁଟିଂ ଆରମ୍ଭ ହେବ । ସବୁଠୁ ବଡ କଥା ହେଉଛି, ଉଭୟ ସଲମାନ୍ ଓ ଶାହାରୁଖ୍ ଏଥିରେ କାମ କରିବାକୁ ରାଜି ମଧ୍ୟ ହୋଇଯାଇଛନ୍ତି । ଏଯାବତ୍ ଏହାର ନିର୍ଦ୍ଦେଶନା କିଏ ଦେବେ ତାହା ସ୍ଥିର କରାଯାଇ ନାହିଁ । ଏହାପୂର୍ବରୁ ସଲମାନ୍ ଓ ଶାହାରୁଖ୍ , ରାକେଶ ରୋଶନଙ୍କ ଫିଲ୍ମ ‘କରନ ଅର୍ଜୁନ’ ରେ ଦେଖାଯାଉଥିଲେ ।