ଇକୋନୋମିକ୍ସିରେ ଏମ.ଏ । ଚାକିରି ମୋହ ଛାଡିଲେ, ଗାଁରେ ଛତୁ ଚାଷ କରିବା ସହିତ ଭର୍ମି କମ୍ପୋଷ୍ଟ ଖତ ପ୍ରସ୍ତୁତି କରୁଛନ୍ତି ଲକ୍ଷାଧିକ ଟଙ୍କା ଛତୁ ଦେଉଛି ଲକ୍ଷାଧିକ ଟଙ୍କା

807

କନକ ବ୍ୟୁରୋ : ଚାକିରି ମୋହ ଛାଡି ଚାଷ କାମକୁ ନିଜର ପେଶା ଭାବରେ ଗ୍ରହଣ କରିନେଇଛନ୍ତି ଜଣେ ଉଚ୍ଚ ଶିକ୍ଷିତ ଯୁବକ । ଇକୋନୋମିକ୍ସରେ ଏମଏ ପାଶ୍ କରିବା ପରେ ଛତୁ ଚାଷ କରିବା ସହିତ ଭର୍ମି କମ୍ପୋଷ୍ଟ ଖତ ପ୍ରସ୍ତୁତ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ଆଉ ନିଜ ଫାର୍ମରେ ସ୍ଥାନୀୟ ଅଂଚଳର କିଛି ଲୋକଙ୍କୁ ନିଯୁକ୍ତି ଦେବା ସହିତ ପାଲଟିଛନ୍ତି ଜଣେ ଆଗ ଧାଡିର ସଫଳ ଚାଷି ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ରାଜଗଡ ପଂଚାୟତ ନଛିପଡା ଗ୍ରାମର ନିତ୍ୟାନନ୍ଦ ଦାସ ଜଣେ ଉଚ୍ଚ ଶିକ୍ଷିତ ଯୁବକ । ୧୯୯୮ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇକୋନୋମିକ୍ସରେ ଏମଏ ପାଶ୍ କରିବା ପରେ ଚାକିରି ପଛରେ ନଗୋଡାଇ ଚାଷକୁ ନିଜର ପେଶା ଏବଂ ନିଶା ଭାବରେ ଗ୍ରହଣ କରିନେଇଛନ୍ତି ନିତ୍ୟାନନ୍ଦ । ନିଜ ଫାର୍ମରେ ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ କରିବା ସହିତ ଭର୍ମି କମ୍ପୋଷ୍ଟ ଖତ ପ୍ରସ୍ତୁତ କରି ରୋଜଗାର କରୁଛନ୍ତି ବାର୍ଷିକ ୩ରୁ୪ ଲକ୍ଷ ଟଙ୍କା ।

ଏହା ସହିତ ସ୍ଥାନିୟ ଅଂଚଳୟ ୭ ଜଣ ଲୋକଙ୍କୁ ନିଯୁକ୍ତି ବି ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଲକ୍ଡାଉନରେ କାମ ଧନ୍ଦା ହରାଇ ଘରକୁ ଫେରି ଆସିଥିବା କିଛି ପ୍ରବାଶି ଓଡିଆ ଯୁବକ । ଛତୁ ବେଡ୍ ପକାଇବା ଠାରୁ ଆରମ୍ଭ କରି ତାଳିବା ପର୍ଯ୍ୟନ୍ତ ଏ ସମସ୍ତ କାର୍ଯ୍ୟରେ ସହେଯାଗ କରିଥାନ୍ତି ନିଜ ଫାର୍ମର୍ରେ କାର୍ଯ୍ୟ କରୁଥିବା ଲୋକ ମାନଙ୍କ ସହିତ । ନିତ୍ୟାନନ୍ଦଙ୍କ ଫାର୍ମର୍ରୁ ଉତ୍ପାଦିତ ଛତୁର ସ୍ଥାନିୟ ଅଂଚଳରେ ବିଶେଷ ଚାହିଦା ଥିବା ବେଳେ ଆଖପାଖ ଜିଲ୍ଲାରେ ମଧ୍ୟ ବେଶ୍ ଲୋକପ୍ରିୟ ।

ନିତ୍ୟାନନ୍ଦ ତାଙ୍କ ୨ ଏକର ବିଶିଷ୍ଠ ଫାର୍ମର୍ ହାଉସରେ ବାଉଁଶରେ ଥାକ ପ୍ରସ୍ତୁତ କରି ଛତୁର ବେଡ୍ ପକାଇଥାନ୍ତି । ବର୍ଷସାରା ଛତୁ ଚାଷ କରୁଥିବା ବେଳେ ଦୈନିକ ପ୍ରାୟ ୫୦ ଟି ଛତୁ ବେଡ୍ ପ୍ରସ୍ତୁତ କରିଥାନ୍ତି । ଗୋଡିଏ ବେଡରୁ ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ଛତୁ ଉତ୍ପାଦିତ ହୋଇଥାଏ । ବେଡ୍ ପ୍ରସ୍ତୁତ ହେବାର ୧୦ ଦିନ ପରେ ଛତୁ ଅମଳ ଆରମ୍ଭ ହୋଇଥାଏ ୫୦ ବେଡ୍ରୁ ଦୈନିକ ୨୫ ରୁ ୩୬ କେଜି ଛତୁ ଉତ୍ପାଦିତ ହୋଇଥାଏ । ଏହି ଛତୁକୁ କେନ୍ଦ୍ରାପଡା , ମାର୍ଶାଘାଈ ଏବଂ ସ୍ଥାନିୟ ଅଂଚଳରେ ବିକ୍ରିବଟା କରିବା ସହିତ ବସ୍ ଯୋଗେ କଟକ ମଧ୍ୟ ପଠାଇଥାନ୍ତି ନିତ୍ୟାନନ୍ଦ । କେଜି ପ୍ରତି ୧୫୦ ରୁ ୨୦୦ ଟଙ୍କା ହିସାବରେ ବ୍ୟବସାୟି ମାନଙ୍କୁ ବିକ୍ରୟ କରିଥାନ୍ତି ।

ବଜାରରେ ପ୍ରାୟ ସବୁ ସମୟରେ ଛତୁର ଚାଦିଦା ଥିବାରୁ ବିକ୍ରି ବଟାରେ କୈାଣସି ସମସ୍ୟା ଦେଖା ଦେଇନଥାଏ ବୋଲି କହିଛନ୍ତି ନିତ୍ୟାନନ୍ଦ । ସେହିପରି ଭର୍ମର କମ୍ପୋଷ୍ଟ ଖତ କୁଇଂଟାଲ ପିଛା ୧,୫୦୦ ଟଙ୍କାରେ ବିକ୍ରୟ ହେଉଥିବା ବେଳେ ନିତ୍ୟାନନ୍ଦ ପ୍ରଚୁର ପରିମାଣରେ ଏହି ଖତ ପ୍ରସ୍ତୁତ କରି ବିକ୍ରୟ କରିବା ସହିତ ଭଲ ଦୁଇ ପଇସା ରୋଜଗାର କରି ପରୁଛନ୍ତି । ତାଙ୍କର ଏହି ଚାଷ ପ୍ରଣାଳିକୁ ସ୍ଥାନିୟ ଅଂଚଳର ଯୁବକ ମାନେ ଦେଖିବା ସହିତ ଏପରି ଚାଷ କରିବା ପାଇଁ ଆଗ୍ରହୀ ହୋଇ ଚାଷ ମଧ୍ୟ ଆରମ୍ଭ କରୁଛନ୍ତି ନିତ୍ୟାନନ୍ଦ ଆଗ୍ରହୀ ଯୁବକ ମାନଙ୍କୁ ଜ୍ଞାନକୈାଶଳ ଯୋଗାଇ ଦେବା ସହିତ ସେମାନଙ୍କୁ ପ୍ରେରଣା ମଧ୍ୟ ଯୋଗାଉଛନ୍ତି ।

ନିତ୍ୟାନନ୍ଦଙ୍କ ପରି ଜଣେ ଉଚ୍ଚ ଶିକ୍ଷିତ ଯୁବକ ଚାଷ ଉପରେ ମନୋନିବେଷ କରି ସଫଳତା ପାଇବା ସହିତ ହୋଇପାରିଛନ୍ତି ଆତ୍ମନିର୍ଭରଶିଳ । ଯାହା ଆଜିର ଯୁବପିଢି ମାନଙ୍କ ପାଇଁ ହୋଇ ପାରିଛନ୍ତି ପ୍ରେରଣାର ଉତ୍ସ ।