କରୋନା ଚିକିତ୍ସାରେ ବାଧକ ହେବନି ଅର୍ଥଭାବ । କୋଭିଡ ପରିଚାଳନାର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଲେ, ଲକ୍ଷଣ ଥିଲେ ସ୍ୱେଚ୍ଛାକୃତ ଭାବେ କରାନ୍ତୁ ପରୀକ୍ଷା । ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ ଉପରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ।

249

କନକ ବ୍ୟୁରୋ: ରାଜ୍ୟର କୋଭିଡ ପରିଚଳାନ ନେଇ ସମୀକ୍ଷା କରିଛନ୍ତି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ସଂକ୍ରମଣକୁ ରୋକିବା ପାଇଁ ଟେଷ୍ଟିଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ଟେଷ୍ଟିଂ ପାଇଁ ଆଗେଇ ଆସିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଲକ୍ଷଣ ପ୍ରକାଶ ପାଇଲେ ସ୍ୱେଚ୍ଛାକୃତ ଭାବେ ଟେଷ୍ଟ କରାନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଟେଷ୍ଟିଂ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ଖୋର୍ଦ୍ଧା, କଟକ, ସୁନ୍ଦରଗଡ, କଟକ ଓ ଯାଜପୁର ଉପରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ଯିଏ ସମସ୍ତ କୋଭିଡ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛି । ଏବଂ କୋଭିଡ ରୋଗୀଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଅର୍ଥ ଅଭାବରୁ ଜଣେ ହେଲେ ବି କୋଭିଡ ରୋଗୀ ଯେପରି ଚିକିତ୍ସାରୁ ବଂଚିତ ନହୁଅନ୍ତ ସେଥିପ୍ରତି ନଜର ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।