ବିସ୍ଫୋରଣ ପରେ ପେଟ୍ରୋଲ ପମ୍ପରୁ ଫାଟିଥିବା ଏଲପିଜି ଗ୍ୟାସ ଟାଙ୍କିକୁ କରାଗଲା ଖାଲି : ଆଓସିଏଲ ଟିମର ରାତିସାରା ଅପରେସନ; ଅଗ୍ନିଶମ ଡିଜି କହିଲେ, ରାଜଭବନ ଅଚଂଳ ବିପଦମୁକ୍ତ

ସେପଟେ ଏସିସିବିରେ ଚାଲିଛି ଦୁଇ ଗୁରୁତରଙ୍କ ଚିକିତ୍ସା

133

କନକ ବ୍ୟୁରୋ : ରାଜଭବନ ନିକଟ ପେଟ୍ରୋଲ ଟାଙ୍କି ଅଂଚଳ ବିପଦମୁକ୍ତ । ଟୁଇଟ୍ କରି ସୂଚନା ଦେଲେ ଫାୟାର ଡିଜି ସତ୍ୟଜିତ୍ ମହାନ୍ତି । ଗତକାଲି ରାତିରେ ଆଇଓସିଏଲ ଟିମ୍ ଅପରେସନ୍ ଚଳାଇ ପେଟ୍ରୋଲ ଟାଙ୍କିରେ ଥିବା ଏଲପିଜି ଟ୍ୟାଙ୍କରରୁ ଅବଶିଷ୍ଟ ଗ୍ୟାସ୍ ବାହାର କରି ଏହାକୁ ଖାଲି କରିଛନ୍ତି । ଏହା ସହିତ ଗ୍ୟାସ ଟାଙ୍କରକୁ ନେଇ ରହିଥିବା ବିସ୍ଫୋରଣ ଆଶଙ୍କା ମଧ୍ୟ ଟଳିଯାଇଛି । ପେଟ୍ରୋଲ ଟାଙ୍କି ଅଂଚଳରୁ ଗ୍ୟାସ୍ ଟ୍ୟାଙ୍କରରୁ ଗ୍ୟାସ୍ ଖାଲି କିରଦିଆଯାଇଥିବା ନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ଫାୟାର ଡିଜି ସତ୍ୟଜିତ୍ ମହାନ୍ତି । ଗତକାଲି ରାଜଭବନ ନିକଟ ପେଟ୍ରୋଲ ଟାଙ୍କିରେ ଗ୍ୟାସ୍ ବିସ୍ଫୋରଣ ପରେ ପୁରା ଅଂଚଳରେ ଭୟ ଖେଳି ଯାଇଥିଲା ।

ଭୁବନେଶ୍ୱର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ଗତକାଲି ଘଟିଥିବା ଅଗ୍ନିକାଣ୍ଡରେ ଆହତ ଅବସ୍ଥାରେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିବା ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କ ଶରୀରର ୪୦ରୁ ୬୦ ପ୍ରତିଶତ ପୋଡିଯାଇଛି । ଏହା ସହ ସେମାନଙ୍କ ମୁଣ୍ଡରେ ମଧ୍ୟ ଗୁରୁତର ଆଘାତ ଲାଗିଛି । ଏହା ସହ ଜଣଙ୍କର ଗୋଟିଏ ଆଖି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । କଟକରେ ମେଡ଼ିକାଲରେ ପ୍ରାଥମିକ ଯାଂଚ୍ ପରେ ଶରୀରରେ ବିଭିନ୍ନ ପରୀକ୍ଷା ମଧ୍ୟ କରାଯାଇଥିଲା । ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଦୁହିଁଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।