ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ : ସାଙ୍କେତିକ ଭାଷାରେ ଯୁକ୍ତି ବାଢିଲେ ଦିବ୍ୟାଙ୍ଗ ଆଇନଜୀବୀ ସାରା ସନ୍ନି

317

କନକ ବ୍ୟୁରୋ : ସୁପ୍ରିମକୋର୍ଟ ଇତିହାସରେ ପ୍ରଥମ । ସାଙ୍କେତିକ ଭାଷାରେ ଯୁକ୍ତି ବାଢିଲେ ଦିବ୍ୟାଙ୍ଗ ଆଇନଜୀବୀ । ଜଣେ ଭାଷ୍ୟକାରଙ୍କ ସହଯୋଗରେ ଯୁକ୍ତି ବାଢିଥିଲେ ଆଇନଜୀବୀ ସାରା ସନ୍ନି । ତାଙ୍କ ଭାଷ୍ୟକାର ଥିଲେ ସୌରଭ ରାୟ ଚୌଧୁରୀ । ଭର୍ଚୁଆଲ ମୋଡରେ ଶୁଣାଣି ବେଳେ ନିୟନ୍ତ୍ରଣ କକ୍ଷ ପ୍ରଥମେ ସାରା ସନ୍ନିଙ୍କୁ ସ୍କ୍ରିନରେ ସ୍ଥାନ ଦେବାକୁ ମନା କରିଥିଲା । ଏହା ପରେ ସ୍କ୍ରିନକୁ ଆସିଥିଲେ ସୌରଭ ।

ସୁପ୍ରମିକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ମାମଲାର ଶୁଣାଣି କରିଥିଲେ । ସ୍କ୍ରିନରେ ଆଇନଜୀବୀ ସନ୍ନିଙ୍କୁ ସ୍ଥାନ ଦେବା ପାଇଁ ପ୍ରଧାନ ବିଚାରପତି ନିୟନ୍ତ୍ରଣ କକ୍ଷକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ସନ୍ନି ଓ ତାଙ୍କ ଭାଷ୍ୟକାର ଆସି ଯୁକ୍ତି ବାଢିଥିଲେ । ଶୁଣାଣି ଶେଷ ପରେ ସୌରଭ ଓ ସିଜେଆଇଙ୍କ ପ୍ରଶଂସା କରିଥିଲେ ସନ୍ନି । ତାଙ୍କ ପାଇଁ ଦିବ୍ୟାଙ୍ଗଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି ବୋଲି କହିଛନ୍ତି ସାରା ସନ୍ନି ।