କନକ ବ୍ୟୁରୋ : ଉପଭୋକ୍ତା ବିବାଦ କମିଶନଙ୍କ ରାୟର ବଲିଉଡ ଫିଲ୍ମ ‘ଓ ମାଇ ଗଡ’ର ପ୍ରତିଫଳନ । ଝଡ଼ର କାରଣ ପ୍ରକୃତି ହୋଇପାରେ କିନ୍ତୁ କ୍ଷତି ପାଇଁ ବିଦ୍ୟୁତ ବିଭାଗ ଦାୟୀ । ଝଡ଼ ପାଇଁ ପ୍ରକୃତିକୁ ଦାୟୀ କରାଯାଇପାରେ କିନ୍ତୁ ବିଦ୍ୟୁତ ଯୋଗାଣ ନହୋଇପାରିବାରୁ ଯେଉଁ କ୍ଷତି ଘଟୁଛି ସେଥିପାଇଁ ବିଦ୍ୟୁତ ବିଭାଗ ନିଶ୍ଚିତ ଭାବେ ଦାୟୀ ।

Advertisment

ଝଡ଼ ପାଇଁ ବିଦ୍ୟୁତ ଯୋଗାଣରେ ହୋଇଥିବା ବିଭ୍ରାଟକୁ ଦାୟୀ କରି ରୁଜୁ ଏକ ମାମଲାରେ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିସନ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମତ ଦେବା ସହ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ଉପରେ ୩ଲକ୍ଷ ଟଙ୍କର ଜରିମାନା କରିଛନ୍ତି । ଏହି ଜରିମାନା ଅର୍ଥ ଉପଭୋକ୍ତା ଆଇନ ସହାୟତା ଫଣ୍ଡରେ ଜମା କରାଯିବ ବୋଲି କମିସନ ନିର୍ଦ୍ଦେଶ ଦେଇଛନ୍ତି ।

୨୦୦୩ ମସିହାରୁ ଏହି ମାମଲା ଚାଲିଆସିଥିବାରୁ ଅଭିଯୋଗକାରୀଙ୍କୁ ୧ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ମାମଲା ପରିଚାଳନା ବାବଦରେ ୫୦ହଜାର ଟଙ୍କା ଦେବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି । କଟକର ଜଣେ ଉପଭୋକ୍ତା ଗିରିଜା ପ୍ରସାଦ ତ୍ରିପାଠୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ କମିସନର ତକ୍ରାଳିନ ସଭାପତି ଜଷ୍ଟିସ ଡିପି ଚୌଧୁରୀ, ସଦସ୍ୟ ପିକେ ପୃଷ୍ଟି, ଓ ଅନ୍ୟତମ ସଦସ୍ୟା ଏସଏଲ ପଟ୍ଟନାୟକଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।