କନକ ବ୍ୟୁରୋ: ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତି ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗାମୀ ୭ରୁ ୮ ଘଣ୍ଟା ମଧ୍ୟରେ ଗଭୀର ଅବପାତର ରୂପ ନେଇ ସ୍ଥଳ ଭାଗ ଛୁଇଁବ । ବାଲେଶ୍ୱରରୁ ସାଗରଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଆସନ୍ତାକାଲି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବାଲେଶ୍ୱର ଓ ଭଦ୍ରକରେ ପବନର ବେଗ ୬ରୁ ୬୫ କିଲୋମିଟର ରହିବ ।

Advertisment

ମାଛ ଧରାଳି ମାନଙ୍କୁ ସମୁଦ୍ର ମଧ୍ୟରୁ ଫେରିଆସିବାକୁ ନିର୍ଦ୍ଦେଶ । ଉପର ମହାନଦୀ ଅଞ୍ଚଳରେ ବେଶୀ ବର୍ଷା ହେବାର ନାହିଁ । ଇବ ଓ ଭେଡେନ ନଦୀ ଅବବାହିକା ଅଞ୍ଚଳରେ ବେଶୀ ବର୍ଷା ହେବ । ବୈତରଣୀ, ବୁଢାବଳଙ୍ଗ, ସୂବର୍ଣ୍ଣରେଖା, ବ୍ରାହ୍ମଣୀ ନଦୀ ଉପରେ ଆମର ନଜର ରହିଛି । ଶିମିଳିପାଳ, ଝାଡଖଣ୍ଡର ବର୍ଷା ଉପରେ ବନ୍ୟା ହେବ କି ନାହିଁ ନିର୍ଭର କରୁଛି । ଏନେଇ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି ବୋଲି ଏସଆରସି କହିଛନ୍ତି ।

ସେହିପରି ହୀରାକୁଦ ଜଳସ୍ତର ନେଇ ଏସଆରସି କହିଛନ୍ତି ଏବେ ୨୪ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ସୁଦ୍ଧା ୬୨୧.୯୩ ଫୁଟ ରହିଛି ଜଳସ୍ତର । ଡ୍ୟାମ ଭିତରୁ ୩ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।