କନକ ବ୍ୟୁରୋ : ସୋମବାର ମହାଶିବରାତ୍ରୀ ତଥା ଜାଗର। ଏଥିପାଇଁ ରାଜ୍ୟରେ ଥିବା ସମସ୍ତ ଶୈବପୀଠରେ ପ୍ରସ୍ତୁତି ଶେଷ ହୋଇଛି। ମହାଦୀପ କେତେବେଳେ ଉଠିବ, ସେଥିପାଇଁ ସମୟ ନିର୍ଘଣ୍ଟ ବି ସରିଛି। କିନ୍ତୁ ଏଥର ଜାଗରକୁ ଫିକା ପକାଇବ କାଳବୈଶାଖୀ ବର୍ଷା। ସୋମବାର ତଥା ଜାଗର ଦିନ ବର୍ଷାର ପ୍ରକୋପ ବଢ଼ିବ। ପଶ୍ଚିମ, ଉତ୍ତର ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସହ ପବନ ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ୧୨ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
/kanak/media/post_attachments/wp-content/uploads/2019/03/rain-2.jpg)
ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଉଛି ଯେ ଆସନ୍ତା ଦୁଇ ଦିନରେ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ଲାଗି ରହିବ। ୬ ଓ ୭ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରଭାବ ରହିବ। ଓଡ଼ିଶା ଉପରେ ପଶ୍ଚିମାବାୟୁ ପ୍ରବାହ ଜାରି ରହୁଥିବାରୁ ବାରମ୍ବାର କାଳବୈଶାଖୀ ହେଉଛି। ଦିନରେ ଖରା ହେଉଛି। ଆକାଶ ମେଘମୁକ୍ତ ରହୁଛି। ତେଣୁ ଘୂର୍ଣ୍ଣିଝଡ଼ ସମ୍ଭାବନା ରହୁଛି। ଆସନ୍ତା ୩ ଦିନ ଯେଉଁ ବର୍ଷା ହେବ, ତାହା ଆଗ ଅପେକ୍ଷା କମ୍ ରହିବ। ଥଣ୍ଡା ରହୁଥିବାରୁ କଳାବୈଶାଖୀ ସହ କୁଆପଥର ବର୍ଷା ହୋଇପାରେ। ଅନ୍ୟପକ୍ଷରେ ସାରା ରାଜ୍ୟରେ ପାଗ କୋହଲା ରହୁଥିବାରୁ ତାପମାତ୍ରା ପୁଣିଥରେ ହ୍ରାସ ପାଇଛି।