କମୁଛି ନକ୍ସଲ ହିଂସା ହ୍ରାସ । ୨୦୧୭ରେ ଥିଲା ୯୦୮,୨୦୧୯ରେ ୬୭୦

Advertisment
ପୁଲିସ-ନକ୍ସଲ ଗୁଳିବିନିମୟ; ଖସିଗଲେ କ୍ୟାଡର, ସାମଗ୍ରୀ ଜବତ

କନକ ବ୍ୟୁରୋ : ୨୦୧୭ରୁ ୨୦୧୯ମସିହା- ଏହି ୩ ବର୍ଷ ମଧ୍ୟରେ ଦେଶରେ ନକ୍ସଲ ହିଂସା ଘଟଣା ହ୍ରାସ ପାଇଛି। ଲୋକସଭାରେ ନକ୍ସଲ ହିଂସା ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀଙ୍କ ସୂଚନା ଅନୁଯାୟୀ, ୨୦୧୭ ମସିହାରେ ୯୦୮ଟି ନକ୍ସଲ ହିଂସା ଘଟଣା ଘଟିଥିଲା। ଏଥିରେ ୧୮୮ ଜଣ ସାଧାରଣ ନାଗରିକ ଓ ୭୫ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିଲେ। ସେହିଭଳି, ୧୩୬ ଜଣ ନକ୍ସଲ ନିହତ ହେବା ସହିତ ୧୮୮୮ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା।

୨୦୧୮ରେ ପୂର୍ବ ବର୍ଷ ଅପେକ୍ଷା କମ୍‌ ଅର୍ଥାତ ୮୩୩ଟି ନକ୍ସଲ ହିଂସା ଘଟଣା ଘଟିଥିବା ବେଳେ ୧୭୩ ଜଣ ସାଧାରଣ ନାଗରିକ ଓ ୬୭ ଜଣ ସୁରକ୍ଷାକର୍ମୀଙ୍କ ପ୍ରାଣହାନି ଘଟିଥିଲା। ଏହି ବର୍ଷ ୨୨୫ ଜଣ ନକ୍ସଲ ନିହତ ହେବା ସହିତ ୧୯୩୩ ଜଣ ଗିରଫ ହୋଇଥିଲେ। ୨୦୧୯ରେ ଘଟିଥିବା ୬୭୦ଟି ନକ୍ସଲ ହିଂସା ଘଟଣାରେ ୧୫୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବାବେଳେ ୫୨ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ। ଏହି ବର୍ଷ ୧୪୫ ଜଣ ନକ୍ସଲ ନିହତ ହେବା ସହ ୧୨୭୬ ଜଣ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀଙ୍କ ସୂଚନାରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe