ମୁଣ୍ଡ ପରେ ମୁଣ୍ଡ ନେଉଛି କରୋନା । ୨୪ ଘଂଟାରେ ୧୮ ଜଣଙ୍କ ପ୍ରାଣ ନେଲା କରୋନା

237

କନକ ବ୍ୟୁରୋ :  ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତଙ୍କ କରୋନା ନେଇଛି ଜୀବନ । । କରୋନାରେ ପ୍ରାଣ ହରାଇଥିବା ୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ମହିଳା ରହିଛନ୍ତି । । ଏହା ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୯୫୮ ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରାଣ ହରାଇଥିବା ୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣଙ୍କର ପୂର୍ବରୁ ଅନ୍ୟ ରୋଗ ଥିବାବେଳେ ଅବଶିଷ୍ଟ ୮ ଜଣ କେବଳ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି  ।

ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୪ ଜଣ ପ୍ରାଣ ହରାଇଥିବା ବେଳେ ସୁନ୍ଦରଗଡ଼, ପୁରୀ, ନୟାଗଡ଼ ଜିଲ୍ଲାରୁ ଦୁଇଜଣ ଲେଖାଏଁ ଓ ଖୋର୍ଦ୍ଧା, କନ୍ଧମାଳ, ମୟୁରଭଞ୍ଜ,ଦେବଗଡ଼, ବୌଦ୍ଧ, ସମ୍ବଲପୁର, କୋରାପୁଟ ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ବାଲେଶ୍ୱର ଜିଲ୍ଲାର ୬୬, ୭୦ ଓ ୭୨ ବର୍ଷ ବୟସର ୩ ଜଣ ପୁରୁଷ ଓ ୯୪ ବର୍ଷର ବୃଦ୍ଧା ପ୍ରାଣ ହରାଇଛନ୍ତି । ସେହିପରି ବୌଦ୍ଧର ଜଣେ ୬୦ ବର୍ଷର ପୁରୁଷ ଓ ଦେବଗଡ଼ର ୭୦ ବର୍ଷର ପୁରୁଷ, ଯାଜପୁରର ୬୨ ବର୍ଷର ପୁରୁଷ, କନ୍ଧମାଳର ୭୨ ବର୍ଷର ପୁରୁଷ, ଖୋର୍ଦ୍ଧାର ୬୨ ବର୍ଷର ପୁରୁଷ ଓ କୋରାପୁଟର ଜଣେ ୬୯ ବର୍ଷର ମହିଳା ପ୍ରାଣ ହରାଇଛନ୍ତି ।

ସେହିପରି ମୟୁରଭଞ୍ଜର ଜଣେ ୫୫ ବର୍ଷର ପୁରୁଷ, ନୟାଗଡ଼ର ୭୫ ବର୍ଷ ଓ ୭୨ ବର୍ଷର ଦୁଇଜଣ ପୁରୁଷ, ପୁରୀର ୬୫ ବର୍ଷର ପୁରୁଷ ଓ ୮୨ ବର୍ଷର ବୃଦ୍ଧା ପ୍ରାଣ ହରାଇଛନ୍ତି । ସେହିପରି ସମ୍ବଲପୁରର ଜଣେ ୪୦ ବର୍ଷର ପୁରୁଷ, ସୁନ୍ଦରଗଡ଼ର ଜଣେ ୪୦ ବର୍ଷ ପୁରୁଷ ପ୍ରାଣ ହରାଇଛନ୍ତି ।