କରୋନା : ଗତ ୨୪ଘଣ୍ଟାରେ ରାଜ୍ୟରେ ୪୮, ୦୭୫ କରୋନା ନମୁନା ପରୀକ୍ଷା

66

କନକ ବ୍ୟୁରୋ : ପୁଣି ୫୦ ହଜାରରୁ କମ୍ ହେଲା ରାଜ୍ୟରେ କୋଭିଡ୍‌ ନମୁନା ପରୀକ୍ଷା । ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ କରାଯାଉଥିବା ପରିଲକ୍ଷିତ ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୮, ୦୭୫ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି।

ଏଥିମଧ୍ୟରୁ ୮,୨୭୧ଟି ଆରଟିପିସିଆର ଏବଂ ୩୯,୬୫୭ ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୧୪୭ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ପୂର୍ବଦିନ ୪୮,୧୪୬ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ୮,୪୦୭ଟି ଆରଟିପିସିଆର ଏବଂ ୩୯,୬୨୮ ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୧୧୧ଟି କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ତା’ ପୂର୍ବ ଦିନ ରାଜ୍ୟରେ ୫୧,୮୨୪ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ଆଣ୍ଟିଜେନରେ ୪୨,୩୬୬, ଆରଟିପିସିଆରରେ ୯,୩୫୨, ଟ୍ରୁନଟରେ ୧୦୬ଟି କରୋନା ନମୁନା ପରୀକ୍ଷା କରାଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ କରୋନା ନମୁନା ପରୀକ୍ଷା ୪୩ ହଜାରକୁ ଖସି ଆସିଥିଲା। ମାତ୍ର ଗତ ୧୫ ତାରିଖରେ ୫୧,୩୨୦ ପରୀକ୍ଷା ହୋଇଥିଲା। ଏଥିରେ ୯ହଜାରରୁ ଅଧିକ ଆର୍‌ଟି-ପିସିଆର ପରୀକ୍ଷା କରାଯାଇଥିଲା।

Comments are closed.