୨୪ ଘଣ୍ଟା ଭିତରେ ରାଜ୍ୟରୁ ୨୩୯ ନୂଆ ଆକ୍ରାନ୍ତ ଚିହ୍ନଟ । ପୁଣି ଆଖି ବୁଜିଲେ ଆଉ ୨ ଆକ୍ରାନ୍ତ

89

କନକ ବ୍ୟୁରୋ: ରାଜ୍ୟରେ ୨୪ ଘଣ୍ଟା ଭିତରେ ୨୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ଭିତରେ ୩୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ଭିତରୁ ୧୪୦ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୯୯ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୪, ବାଲେଶ୍ୱରରୁ ୭, ଭଦ୍ରକରୁ ୨, ଗଂଜାମରୁ ୪, ମୟୁରଭଞ୍ଜରୁ ୧୩, ସୁନ୍ଦରଗଡ଼ରୁ ୯, ଯାଜପୁରୁ ୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ କରୋନା କାରଣରୁ ରାଜ୍ୟରେ ୨୪ ଘଣ୍ଟା ଭିତରେ ୨ଜଣଙ୍କର ମୃତ୍ୟୁ ହୋଇଛି ।